ଜୟରାମ ରମେଶଙ୍କୁ ନିର୍ବାଚନ ଆୟୁକ୍ତଙ୍କ ନୋଟିସ୍

ନୂଆଦିଲ୍ଳୀ: ଭୋଟ ଗଣନାର ଗୋଟିଏ ଦିନ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ ଦେଶର ୧୫୦ଜଣ ଜିଲ୍ଲା ମାଜିଷ୍ଟ୍ରେଟ୍ (ଡିଏମ୍)ଙ୍କୁ ଫୋନ୍ କରିଛନ୍ତି। ଏଥିରୁ ବିଜେପି କେତେ ବିବତ୍ର ତାହା ସ୍ପଷ୍ଟ ହେଉଛି ବୋଲି କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଶନିବାର ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ କରିଥିଲେ। ଏହି ମନ୍ତବ୍ୟକୁ ନିର୍ବାଚନ ଆୟୁକ୍ତ ଗୁରୁତର ସହ ଗ୍ରହଣ କରିଛନ୍ତି। ଏହି ପ୍ରସଙ୍ଗରେ ଆୟୁକ୍ତ ଜୟରାମଙ୍କୁ ନୋଟିସ୍ ଜାରି କରି ଆଜି ସଂଧ୍ୟା ୭ଟା ସୁଦ୍ଧା କେଉଁ […]

Samaya Live Picture
Published On

ନୂଆଦିଲ୍ଳୀ: ଭୋଟ ଗଣନାର ଗୋଟିଏ ଦିନ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ ଦେଶର ୧୫୦ଜଣ ଜିଲ୍ଲା ମାଜିଷ୍ଟ୍ରେଟ୍ (ଡିଏମ୍)ଙ୍କୁ ଫୋନ୍ କରିଛନ୍ତି। ଏଥିରୁ ବିଜେପି କେତେ ବିବତ୍ର ତାହା ସ୍ପଷ୍ଟ ହେଉଛି ବୋଲି କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଶନିବାର ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ କରିଥିଲେ। ଏହି ମନ୍ତବ୍ୟକୁ ନିର୍ବାଚନ ଆୟୁକ୍ତ ଗୁରୁତର ସହ ଗ୍ରହଣ କରିଛନ୍ତି। ଏହି ପ୍ରସଙ୍ଗରେ ଆୟୁକ୍ତ ଜୟରାମଙ୍କୁ ନୋଟିସ୍ ଜାରି କରି ଆଜି ସଂଧ୍ୟା ୭ଟା ସୁଦ୍ଧା କେଉଁ କେଉଁ ଜିଲ୍ଲା ମାଜିଷ୍ଟ୍ରେଟ୍/ଜିଲ୍ଳାପାଳଙ୍କୁ ଅମିତ ଶାହ ଫୋନ୍ କରିଛନ୍ତି ସେନେଇ ବିସ୍ତୃତ ତଥ୍ୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜାରି କରିଥିବା ନୋଟିସରେ ପ୍ରଧାନ ନିର୍ବାଚନ ଆୟୁକ୍ତ ଉଲ୍ଲେଖ କରିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା କୌଣସି ଜିଲ୍ଲା ମାଜିଷ୍ଟ୍ରେଟ୍ ସେମାନଙ୍କୁ ଅଯଥା ଚାପ ପକାଯାଇଥିବା ଅଭିଯୋଗ କରିନାହାନ୍ତି। ତଥାପି ବରିଷ୍ଠ ନେତାଙ୍କ ଅଭିଯୋଗ ଅନୁସାରେ ଓ ଲୋକଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଜିଲ୍ଲାପାଳଙ୍କ ବିସ୍ତୃତ ତଥ୍ୟ ରଖିବାକୁ କୁହାଯାଉଛି।

Tags: