ଜୟପୁ‌ରରେ ସାଂପ୍ରଦାୟିକ ଉତ୍ତେଜନା, ଯୁବକଙ୍କୁ ପିଟିପିଟି ହତ୍ୟା‌ ପରେ ବ୍ୟାପକ ଆନ୍ଦୋଳନ

ଜୟପୁର: ରାଜସ୍ଥାନର ଜୟପୁରରେ ଏକ ଅଭାବନୀୟ ଘଟଣାକ୍ରମରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଇକବାଲ୍‌ ନାମକ ଜଣେ ଯୁବକଙ୍କ ମୋଟର ସାଇକେଲ୍‌ ଗତକାଲି ଜୟପୁରର ଗଙ୍ଗାପୋଲ୍‌ ନିକଟ‌ରେ ଅନ୍ୟ ଜଣଙ୍କ ଗାଡ଼ିରେ ଧକ୍କା ହୋଇଥିଲା। ଏହି ଘଟଣାକୁ ନେଇ ୨ ଜଣଙ୍କ ମଧ୍ୟରେ ପ୍ରବଳ ବଚସା ହୋଇଥିଲା। ପରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା ଏବଂ ଏହାକୁ ନେଇ ତୀବ୍ର ସାଂପ୍ରଦାୟିକ ଉତ୍ତେଜନା ଦେଖିବାକୁ ମିଳିଛି। ଇକବାଲ୍‌ଙ୍କୁ ଅନ୍ୟ ଗୋଷ୍ଠୀର ଲୋକ ନିସ୍ତୁକ ମାଡ଼ […]

Samaya Live Picture
Published On

ଜୟପୁର: ରାଜସ୍ଥାନର ଜୟପୁରରେ ଏକ ଅଭାବନୀୟ ଘଟଣାକ୍ରମରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଇକବାଲ୍‌ ନାମକ ଜଣେ ଯୁବକଙ୍କ ମୋଟର ସାଇକେଲ୍‌ ଗତକାଲି ଜୟପୁରର ଗଙ୍ଗାପୋଲ୍‌ ନିକଟ‌ରେ ଅନ୍ୟ ଜଣଙ୍କ ଗାଡ଼ିରେ ଧକ୍କା ହୋଇଥିଲା। ଏହି ଘଟଣାକୁ ନେଇ ୨ ଜଣଙ୍କ ମଧ୍ୟରେ ପ୍ରବଳ ବଚସା ହୋଇଥିଲା। ପରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା ଏବଂ ଏହାକୁ ନେଇ ତୀବ୍ର ସାଂପ୍ରଦାୟିକ ଉତ୍ତେଜନା ଦେଖିବାକୁ ମିଳିଛି। ଇକବାଲ୍‌ଙ୍କୁ ଅନ୍ୟ ଗୋଷ୍ଠୀର ଲୋକ ନିସ୍ତୁକ ମାଡ଼ ମାରିଥିଲେ। ତାଙ୍କ ମୁଣ୍ଡ ଏବଂ ଗୋଡ଼ରେ ଗଭୀର ଆଘାତ ଲାଗିବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତ ଇକବଲଙ୍କ ବୟସ ୧୮। ସେ ରାମଗଞ୍ଜ ବାସିନ୍ଦା ଏବଂ ତାଙ୍କ ବାପାଙ୍କ ନାଁ ଅବଦୁଲ ମଜିଦ। ଉକ୍ତ ଘଟଣାକୁ ବିରୋଧ କରି ଜୟପୁରରେ ବ୍ୟାପକ ଆନ୍ଦୋଳନ ହୋଇଛି। ଉକ୍ତ ଘଟଣା ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଡିଜିପି ଉମେଶ ମିଶ୍ର କହିଛନ୍ତି। ପ୍ରାୟ ୧୨ ଜଣ ସନ୍ଦିଗ୍ଧଙ୍କୁ କର୍ତ୍ତୃପକ୍ଷମାନେ ଅଟକ ରଖିଛନ୍ତି। ଉକ୍ତ ଅଞ୍ଚଳରେ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି। ସ୍ଥିତି ଯାଞ୍ଚ ପାଇଁ ଡ୍ରୋନ୍‌ ମଧ୍ୟ ମୁତୟନ ହୋଇଛି।

Tags: