ଜ୍ବର ଏବଂ ଛାତିରେ ସଂକ୍ରମଣ ପାଇଁ ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ
ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ ଅସୁସ୍ଥ ଅଛନ୍ତି। ଜ୍ବର ଏବଂ ଛାତିରେ ସଂକ୍ରମଣ ଯୋଗୁଁ ପ୍ରତିଭା ପାଟିଲଙ୍କୁ ଆଜି ମହାରାଷ୍ଟ୍ରର ପୁନେ ସହରରେ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ପାଟିଲଙ୍କୁ ୮୯ ବର୍ଷ। ତାଙ୍କୁ ପୁନେର ଭାରତୀ ହସ୍ପିଟାଲରେ ଗତକାଲି ବିଳମ୍ବିତ ରାତିରେ ଭର୍ତ୍ତି କରାଯାଇଛି। ତାଙ୍କୁ ଜ୍ବର ହୋଇଛି ଏବଂ ତାଙ୍କ ଛାତିରେ ସଂକ୍ରମଣ ହୋଇଥିବା ଜଣାପଡ଼ିଛି। ଦେଶର ପ୍ରଥମ ମହିଳା ଭାବେ ସେ […]
ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ ଅସୁସ୍ଥ ଅଛନ୍ତି। ଜ୍ବର ଏବଂ ଛାତିରେ ସଂକ୍ରମଣ ଯୋଗୁଁ ପ୍ରତିଭା ପାଟିଲଙ୍କୁ ଆଜି ମହାରାଷ୍ଟ୍ରର ପୁନେ ସହରରେ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ପାଟିଲଙ୍କୁ ୮୯ ବର୍ଷ। ତାଙ୍କୁ ପୁନେର ଭାରତୀ ହସ୍ପିଟାଲରେ ଗତକାଲି ବିଳମ୍ବିତ ରାତିରେ ଭର୍ତ୍ତି କରାଯାଇଛି। ତାଙ୍କୁ ଜ୍ବର ହୋଇଛି ଏବଂ ତାଙ୍କ ଛାତିରେ ସଂକ୍ରମଣ ହୋଇଥିବା ଜଣାପଡ଼ିଛି। ଦେଶର ପ୍ରଥମ ମହିଳା ଭାବେ ସେ ରାଷ୍ଟ୍ରପତି ହୋଇଥିଲେ। ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ ପ୍ରତିଭା ପାଟିଲ ରାଷ୍ଟ୍ରପତି ପଦରେ ରହିଥିଲେ।




