ଜ୍ଞାନବାପୀ ସର୍ଭେ ୪ ସପ୍ତାହରେ ଶେଷ ହେବ

ବାରଣାସୀ: ଜ୍ଞାନବାପୀ ମସଜିଦରେ ସର୍ଭେ କାର୍ଯ୍ୟ ଜାରି ରହିଛି। ତେବେ ସର୍ଭେ କାର୍ଯ୍ୟ ଶେଷ କରିବାପାଇଁ ବାରଣାସୀ ଜିଲ୍ଲା କୋର୍ଟ ଏଏସ୍‌ଆଇକୁ ୪ ସପ୍ତାହ ସମୟ ଦେଇଛନ୍ତି। ସେପ୍ଟେମ୍ବର ୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ସରକାରଙ୍କ ପକ୍ଷରୁ ଓକିଲ ଅମିତ ଶ୍ରୀବାସ୍ତବ ଏଏସ୍‌ଆଇ ପାଇଁ କୋର୍ଟରେ ସମୟ ମାଗିଥିଲେ। କୋର୍ଟ ଏଏସ୍‌ଆଇକୁ ୪ ସପ୍ତାହ ସମୟ ଦେଇଛନ୍ତି ଏବଂ ସେପ୍ଟେମ୍ବର ୨ ତାରିଖରେ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଶୁକ୍ରବାର […]

Samaya Live Picture
Published On

ବାରଣାସୀ: ଜ୍ଞାନବାପୀ ମସଜିଦରେ ସର୍ଭେ କାର୍ଯ୍ୟ ଜାରି ରହିଛି। ତେବେ ସର୍ଭେ କାର୍ଯ୍ୟ ଶେଷ କରିବାପାଇଁ ବାରଣାସୀ ଜିଲ୍ଲା କୋର୍ଟ ଏଏସ୍‌ଆଇକୁ ୪ ସପ୍ତାହ ସମୟ ଦେଇଛନ୍ତି। ସେପ୍ଟେମ୍ବର ୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ସରକାରଙ୍କ ପକ୍ଷରୁ ଓକିଲ ଅମିତ ଶ୍ରୀବାସ୍ତବ ଏଏସ୍‌ଆଇ ପାଇଁ କୋର୍ଟରେ ସମୟ ମାଗିଥିଲେ। କୋର୍ଟ ଏଏସ୍‌ଆଇକୁ ୪ ସପ୍ତାହ ସମୟ ଦେଇଛନ୍ତି ଏବଂ ସେପ୍ଟେମ୍ବର ୨ ତାରିଖରେ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଶୁକ୍ରବାର ଦିନ ଜ୍ଞାନବାପୀ ମସଜିଦରେ ଏଏସ୍‌ଆଇ ସର୍ଭେ ଆରମ୍ଭ ହୋଇଥିଲା। ପ୍ରଥମ ଦିନରେ କାନ୍ଥରେ ଥିବା ଚିହ୍ନ ଗୁଡ଼ିକୁ ସର୍ଭେ କରାଯାଇଥିଲା। ସର୍ଭେର ଭିଡିଓ ରେକର୍ଡ କରାଯାଇଛି। ଏଥିରେ ତ୍ରୀଶୁଳ, ସ୍ବସ୍ତିକ , ଫୁଲ ପରି ଚିହ୍ନ ସବୁ ଦେଖିବାକୁ ମିଳିଛି। ମସଜିଦ କାନ୍ଥ ଏବଂ ପିଲାର୍‌ରେ ଏସବୁ ଚିହ୍ନ ଦେଖିବାକୁ ମିଳିଛି। ପ୍ରଥମ ଦିନରେ ୭ ଘଣ୍ଟା‌ ସର୍ଭେ ହୋଇଥିଲା। ଏଏସ୍‌ଆଇ ଟିମ୍‌ରେ ୩୭ ସଦସ୍ୟ ରହିଛନ୍ତି।

Tags: