ଜ୍ଞାନବାପୀ ମାମଲା : ହିନ୍ଦୁଧର୍ମ ସହ ଜଡ଼ିତ ସମସ୍ତ ଐତିହାସିକ ଜିନିଷ ଦାଖଲ କରିବାପାଇଁ ଏଏସ୍‌ଆଇ ଟିମ୍‌କୁ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଜ୍ଞାନବାପୀ ମସଜିଦ ପରିସରର ଏଏସ୍‌ଆଇ ସର୍ଭେ ଚାଲିଛି। ତେବେ ଏଏସ୍‌ଆଇ ସର୍ଭେ ସମୟରେ ଜ୍ଞାନବାପୀ ମସଜିଦ ପରିସରରେ ହିନ୍ଦୁ ଧର୍ମ ସହ ଜଡ଼ିତ ଯେଉଁସବୁ ଐତିହାସିକ ଜିନିଷ ମିଳିଛି ତାହା ଜିଲ୍ଲାପାଲଙ୍କ ନିକଟରେ ଦାଖଲ କରିବାପାଇଁ ବାରଣାସୀ ଜିଲ୍ଲା କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳ ଏହି ସମସ୍ତ ଜିନିଷକୁ ସୁରକ୍ଷିତ ରଖିବା ସହ ଆବଶ୍ୟକ ପଡ଼ିଲେ କୋର୍ଟରେ ଏହା ଦାଖଲ କରିବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଆହ୍ଲାବାଦ ହାଇକୋର୍ଟଙ୍କ ରାୟ କ୍ରମେ […]

Samaya Live Picture
Published On

ନୂଆଦିଲ୍ଲୀ : ଜ୍ଞାନବାପୀ ମସଜିଦ ପରିସରର ଏଏସ୍‌ଆଇ ସର୍ଭେ ଚାଲିଛି। ତେବେ ଏଏସ୍‌ଆଇ ସର୍ଭେ ସମୟରେ ଜ୍ଞାନବାପୀ ମସଜିଦ ପରିସରରେ ହିନ୍ଦୁ ଧର୍ମ ସହ ଜଡ଼ିତ ଯେଉଁସବୁ ଐତିହାସିକ ଜିନିଷ ମିଳିଛି ତାହା ଜିଲ୍ଲାପାଲଙ୍କ ନିକଟରେ ଦାଖଲ କରିବାପାଇଁ ବାରଣାସୀ ଜିଲ୍ଲା କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳ ଏହି ସମସ୍ତ ଜିନିଷକୁ ସୁରକ୍ଷିତ ରଖିବା ସହ ଆବଶ୍ୟକ ପଡ଼ିଲେ କୋର୍ଟରେ ଏହା ଦାଖଲ କରିବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଆହ୍ଲାବାଦ ହାଇକୋର୍ଟଙ୍କ ରାୟ କ୍ରମେ ଜ୍ଞା‌ନବାପୀ ମସଜିଦର ଏଏସ୍‌ସାଇ ସର୍ଭେ ଚାଲିଛି। ସପ୍ତଦଶ ଶତାବ୍ଦୀର ଏହି ମସଜିଦ ପ୍ରକୃତରେ ଏକ ହିନ୍ଦୁ ମନ୍ଦିର ଉପରେ ନିର୍ମାଣ ହୋଇଛି କି ନା’ ତାହା ଜାଣିବାପାଇଁ ଏଏସ୍‌ଆଇ ସର୍ଭେ କରାଯାଉଛି।

Tags: