ଜ୍ଞାନବାପୀ ମସଜିଦ ମାମଲା, ସର୍ଭେ ରିପୋର୍ଟ ଦାଖଲ ପାଇଁ ଅଧିକ ୮ ସପ୍ତାହ ସମୟ ମାଗିଲା ଏଏସ୍‌ଆଇ

ନୂଆଦିଲ୍ଲୀ: ବାରଣାସୀରେ ଜ୍ଞାନବାପୀ ମସଜିଦ ପରିସରର ସର୍ଭେ କାର୍ଯ୍ୟ ଶେଷ କରିବାପାଇଁ ଏଏସ୍‌ଆଇ (ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ଭେ) ଅଧିକ ୮ ସପ୍ତାହ ସମୟ ମାଗିଛି। ସର୍ଭେ କାର୍ଯ୍ୟ ଶେଷ କରିବାପାଇଁ ପୂର୍ବରୁ ଏଏସ୍‌ଆଇକୁ ୪ ସପ୍ତାହ ସମୟ ମିଳିଥିଲା। ୪ ସପ୍ତାହ ମଧ୍ୟରେ ସର୍ଭେ କାର୍ଯ୍ୟ ଶେଷ କରି ରିପୋର୍ଟ ଦାଖଲ ପାଇଁ କୋର୍ଟ ନିର୍ଦ୍ଦେଶ ‌ଦେଇଥିଲେ। ଏହି ୪ ସପ୍ତାହ ସମୟ ସେପ୍ଟେମ୍ବର ୨ ତାରିଖରେ ଶେଷ ହୋଇଛି। ତେବେ ସେପ୍ଟେମ୍ବର ୮ ତାରିଖରେ କୋର୍ଟ […]

Samaya Live Picture
Published On

ନୂଆଦିଲ୍ଲୀ: ବାରଣାସୀରେ ଜ୍ଞାନବାପୀ ମସଜିଦ ପରିସରର ସର୍ଭେ କାର୍ଯ୍ୟ ଶେଷ କରିବାପାଇଁ ଏଏସ୍‌ଆଇ (ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ଭେ) ଅଧିକ ୮ ସପ୍ତାହ ସମୟ ମାଗିଛି। ସର୍ଭେ କାର୍ଯ୍ୟ ଶେଷ କରିବାପାଇଁ ପୂର୍ବରୁ ଏଏସ୍‌ଆଇକୁ ୪ ସପ୍ତାହ ସମୟ ମିଳିଥିଲା। ୪ ସପ୍ତାହ ମଧ୍ୟରେ ସର୍ଭେ କାର୍ଯ୍ୟ ଶେଷ କରି ରିପୋର୍ଟ ଦାଖଲ ପାଇଁ କୋର୍ଟ ନିର୍ଦ୍ଦେଶ ‌ଦେଇଥିଲେ। ଏହି ୪ ସପ୍ତାହ ସମୟ ସେପ୍ଟେମ୍ବର ୨ ତାରିଖରେ ଶେଷ ହୋଇଛି। ତେବେ ସେପ୍ଟେମ୍ବର ୮ ତାରିଖରେ କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବେ। କିନ୍ତୁ ସର୍ଭେ କାର୍ଯ୍ୟ ଶେଷ ହୋଇନଥିବାରୁ ଏଏସ୍‌ଆଇ କୋର୍ଟରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିପାରିବନି। ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୪ରେ ମସଜିଦ୍‌ ପରିସରର ବୈଜ୍ଞାନିକ ସର୍ବେକ୍ଷଣ ଆରମ୍ଭ ହୋଇଥିଲା।

Tags: