ଜ୍ଞାନବାପୀ ମସଜିଦ ଏଏସ୍‌ଆଇ ସର୍ଭେ ନେଇ ଅଗଷ୍ଟ ୩ରେ ଆହ୍ଲାବାଦ ହାଇକୋର୍ଟଙ୍କ ରାୟ

ନୂଆଦିଲ୍ଲୀ: ବାରଣାସୀରେ ଜ୍ଞାନବାପୀ ମସଜିଦ ପରିସରର ଏଏସ୍‌ଆଇ ସର୍ଭେ ନେଇ ଆହ୍ଲାବାଦ ହାଇକୋର୍ଟ ଆସନ୍ତା ଅଗଷ୍ଟ ୩ ତାରିଖରେ ରାୟ ଶୁଣାଇବେ। କୋର୍ଟ କହିଛନ୍ତି, ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଜ୍ଞାନବାପୀ ମସଜିଦ ପରିସରର ଏଏସ୍‌ଆଇ ସର୍ଭେ ହୋଇପାରିବନି। ଅଗଷ୍ଟ ୩ ତାରିଖରେ କୋର୍ଟ ଏନେଇ ରାୟ ଦେବାପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ ହେବ। ଉଲ୍ଲେଖଯୋଗ୍ୟ ଯେ ଜିଲ୍ଲା କୋର୍ଟ ଜ୍ଞାନବାପୀ ମସଜିଦ ପରିସରର ଏଏସ୍‌ଆଇ ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଜିଲ୍ଲା କୋର୍ଟଙ୍କ ରାୟକୁ […]

Samaya Live Picture
Published On

ନୂଆଦିଲ୍ଲୀ: ବାରଣାସୀରେ ଜ୍ଞାନବାପୀ ମସଜିଦ ପରିସରର ଏଏସ୍‌ଆଇ ସର୍ଭେ ନେଇ ଆହ୍ଲାବାଦ ହାଇକୋର୍ଟ ଆସନ୍ତା ଅଗଷ୍ଟ ୩ ତାରିଖରେ ରାୟ ଶୁଣାଇବେ। କୋର୍ଟ କହିଛନ୍ତି, ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଜ୍ଞାନବାପୀ ମସଜିଦ ପରିସରର ଏଏସ୍‌ଆଇ ସର୍ଭେ ହୋଇପାରିବନି। ଅଗଷ୍ଟ ୩ ତାରିଖରେ କୋର୍ଟ ଏନେଇ ରାୟ ଦେବାପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ ହେବ। ଉଲ୍ଲେଖଯୋଗ୍ୟ ଯେ ଜିଲ୍ଲା କୋର୍ଟ ଜ୍ଞାନବାପୀ ମସଜିଦ ପରିସରର ଏଏସ୍‌ଆଇ ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଜିଲ୍ଲା କୋର୍ଟଙ୍କ ରାୟକୁ ଆହ୍ଲାବାଦ ହାଇକୋର୍ଟରେ ଚ୍ୟାଲେଂଜ କରାଯାଇଥିଲା। ଜ୍ଞାନବାପୀ ମସଜିଦ ପରିସରର ଏଏସ୍‌ଆଇ ସର୍ବେକ୍ଷଣ ପାଇଁ ହିନ୍ଦୁ ପକ୍ଷ ଆବେଦନ କରିଥିଲେ। ୪ ଜଣ ହିନ୍ଦୁ ମହିଳା ଆ‌ବେଦନକାରୀ ଏହି ଆବେଦନ କରିଥିଲେ।

Tags: