ଜ୍ଞାନବାପୀ ମସଜିଦର ଏଏସ୍ଆଇ ସର୍ଭେ ପାଇଁ ଅନୁମତି ଦେଲେ ବାରଣାସୀ କୋର୍ଟ
ନୂଆଦିଲ୍ଲୀ : ଜ୍ଞାନବାପୀ ମସଜିଦ ପରିସରର ବୈଜ୍ଞାନିକ ସର୍ଭେ ହେବ। ବାରଣାସୀ କୋର୍ଟ ଏଥିପାଇଁ ଅନୁମତି ଦେଇଛନ୍ତି। ବାରଣାସୀର କାଶୀ ବିଶ୍ବନାଥ ମନ୍ଦିର ନିକଟରେ ଜ୍ଞାନବାପୀ ମସଜିଦ୍ ଅବସ୍ଥିତ। ଏହି ମସଜିଦର ଏଏସ୍ଆଇ ଦ୍ବାରା ବୈଜ୍ଞାନିକ ସର୍ଭେ ହେବ। କିନ୍ତୁ କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ‘ୱଜୁଖାନା’ ଅର୍ଥାତ ଯେଉଁଠାରେ ଶିବଲିଙ୍ଗ ଅଛି ସେହି ସ୍ଥାନକୁ ଛାଡ଼ି ଅନ୍ୟ ସ୍ଥାନମାନଙ୍କର ବୈଜ୍ଞାନିକ ସର୍ଭେ କରାଯିବ। ଅଗଷ୍ଟ ୪ ସୁଦ୍ଧା ଏଏସ୍ଆଇ ରିପୋର୍ଟ ଦାଖଲ କରିବାପାଇଁ କୋର୍ଟ […]
ନୂଆଦିଲ୍ଲୀ : ଜ୍ଞାନବାପୀ ମସଜିଦ ପରିସରର ବୈଜ୍ଞାନିକ ସର୍ଭେ ହେବ। ବାରଣାସୀ କୋର୍ଟ ଏଥିପାଇଁ ଅନୁମତି ଦେଇଛନ୍ତି। ବାରଣାସୀର କାଶୀ ବିଶ୍ବନାଥ ମନ୍ଦିର ନିକଟରେ ଜ୍ଞାନବାପୀ ମସଜିଦ୍ ଅବସ୍ଥିତ। ଏହି ମସଜିଦର ଏଏସ୍ଆଇ ଦ୍ବାରା ବୈଜ୍ଞାନିକ ସର୍ଭେ ହେବ। କିନ୍ତୁ କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ‘ୱଜୁଖାନା’ ଅର୍ଥାତ ଯେଉଁଠାରେ ଶିବଲିଙ୍ଗ ଅଛି ସେହି ସ୍ଥାନକୁ ଛାଡ଼ି ଅନ୍ୟ ସ୍ଥାନମାନଙ୍କର ବୈଜ୍ଞାନିକ ସର୍ଭେ କରାଯିବ। ଅଗଷ୍ଟ ୪ ସୁଦ୍ଧା ଏଏସ୍ଆଇ ରିପୋର୍ଟ ଦାଖଲ କରିବାପାଇଁ କୋର୍ଟ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଏହି ମାମଲାରେ ଉଭୟ ହିନ୍ଦୁ ଓ ମୁସଲମାନଙ୍କ ପକ୍ଷ ଶୁଣିବାପରେ କୋର୍ଟ ଗତ ଜୁଲାଇ ୧୪ ତାରିଖରେ ମାମଲାରେ ରାୟ ସଂରକ୍ଷିତ ରଖିଥିଲେ। ଜ୍ଞାନବାପୀ ମସଜିଦ ପରିସରର ଏଏସ୍ଆଇ ସର୍ଭେ ପାଇଁ ୪ ଜଣ ମହିଳା କୋର୍ଟରେ ଆବେଦନ କରିଥିଲେ। ଜ୍ଞାନବାପୀ ମସଜିଦ ବାସ୍ତବରେ ଏକ ମନ୍ଦିର ଉପରେ ନିର୍ମାଣ ହୋଇଛି ବୋଲି ସେମାନେ ଦାବି କରିଥିଲେ। ମନ୍ଦିରରୁ ମଧ୍ୟ ଏକ ଶିବଲିଙ୍ଗ ମିଳିଥିବା ସେମାନେ କହିଛନ୍ତି। କିନ୍ତୁ ମୁସଲିମ ପକ୍ଷ ଏହାକୁ ଏକ ଫାଉଣ୍ଟେନ୍ ବୋଲି କହିଛନ୍ତି। ମୁସଲିମ୍ କମିଟି ମସଜିଦର ଏଏସ୍ଆଇ ସର୍ଭେକୁ ବିରୋଧ କରିଥିଲେ।




