ଜ୍ଞାନବାପୀ ମସଜିଦର ଏଏସ୍ଆଇ ସର୍ବେକ୍ଷଣ ଜାରି ରହିବ : ଆହ୍ଲାବାଦ ହାଇକୋର୍ଟ

ନୂଆଦିଲ୍ଲୀ:ଜ୍ଞାନବାପୀ ମସଜିଦର ଏଏସ୍ଆଇ ସର୍ଭେ ଜାରି ରହିବ। ଜିଲ୍ଲା କୋର୍ଟଙ୍କ ରାୟ ଠିକ୍ ଏବଂ ଯୁକ୍ତିଯୁକ୍ତ। ଏଥିରେ ହସ୍ତକ୍ଷେପ କରିବାର କୌଣସି ଆବଶ୍ୟକତା ନାହିଁ। ନ୍ୟାୟ ପାଇଁ ଏହି ସର୍ବେକ୍ଷଣ ଆବଶ୍ୟକ ବୋଲି ଆଜି ଆହ୍ଲାବାଦ ହାଇକୋର୍ଟ କହିଛନ୍ତି। ହାଇକୋର୍ଟଙ୍କ ରାୟ ପରେ ଆସନ୍ତାକାଲିଠାରୁ ଏଏସ୍ଆଇ ସର୍ଭେ ଆରମ୍ଭ ହେବ। ବାରଣାସୀ ଜିଲ୍ଲାପାଳ ଆଜି ଏହା ସ୍ପଷ୍ଟ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଜ୍ଞାନବାପୀ ମସଜିଦର ଏଏସ୍ଆଇ ସର୍ଭେ ପାଇଁ ଗତ ଜୁଲାଇ ୨୧ ତାରିଖରେ ବାରଣାସୀ କୋର୍ଟ […]

Samaya Live Picture
Published On

ନୂଆଦିଲ୍ଲୀ:ଜ୍ଞାନବାପୀ ମସଜିଦର ଏଏସ୍ଆଇ ସର୍ଭେ ଜାରି ରହିବ। ଜିଲ୍ଲା କୋର୍ଟଙ୍କ ରାୟ ଠିକ୍ ଏବଂ ଯୁକ୍ତିଯୁକ୍ତ। ଏଥିରେ ହସ୍ତକ୍ଷେପ କରିବାର କୌଣସି ଆବଶ୍ୟକତା ନାହିଁ। ନ୍ୟାୟ ପାଇଁ ଏହି ସର୍ବେକ୍ଷଣ ଆବଶ୍ୟକ ବୋଲି ଆଜି ଆହ୍ଲାବାଦ ହାଇକୋର୍ଟ କହିଛନ୍ତି। ହାଇକୋର୍ଟଙ୍କ ରାୟ ପରେ ଆସନ୍ତାକାଲିଠାରୁ ଏଏସ୍ଆଇ ସର୍ଭେ ଆରମ୍ଭ ହେବ। ବାରଣାସୀ ଜିଲ୍ଲାପାଳ ଆଜି ଏହା ସ୍ପଷ୍ଟ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଜ୍ଞାନବାପୀ ମସଜିଦର ଏଏସ୍ଆଇ ସର୍ଭେ ପାଇଁ ଗତ ଜୁଲାଇ ୨୧ ତାରିଖରେ ବାରଣାସୀ କୋର୍ଟ ରାୟ ଦେଇଥିଲେ। ବାରଣାସୀ କୋର୍ଟଙ୍କ ରାୟ ପରେ ଜୁଲାଇ ୨୪ରେ ମସଜିଦର ଏଏସ୍ଆଇ ସର୍ଭେ ଆରମ୍ଭ ହୋଇଥିଲା। କିନ୍ତୁ ସର୍ଭେ ଆରମ୍ଭ ହେବାର ମାତ୍ର କିଛି ଘଣ୍ଟା ପରେ ସର୍ଭେ ବନ୍ଦ ରହିଥିଲା। ମସଜିଦ କମିଟି ପକ୍ଷରୁ ବାରଣାସୀ କୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚାଲେଂଜ କରାଯିବାପରେ କୋର୍ଟ ଏଏସ୍ଆଇ ସର୍ଭେ ବନ୍ଦ ରଖିବାପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ମସଜିଦ କମିଟି ପକ୍ଷରୁ ବାରଣାସୀ କୋର୍ଟଙ୍କ ରାୟକୁ ଆହ୍ଲାବାଦ ହାଇକୋର୍ଟରେ ଚାଲେଂଜ କରାଯାଇଥିଲା। ତେବେ ହାଇକୋର୍ଟ ମସଜିଦ କମିଟିର ଆବେଦନ ଖାରଜ କରିଦେଇଛନ୍ତି ଏବଂ ମସଜିଦ ପରିସରର ଏଏସ୍ଆଇ ସର୍ଭେ ଜାରି ରହିବ ବୋଲି କହିଛନ୍ତି । ଜିଲ୍ଲା କୋର୍ଟଙ୍କ ରାୟ ତୁରକ୍ତ କାର୍ଯ୍ୟକାରୀ କରିବାପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Tags: