ଜ୍ଞାନବାପି ମସଜିଦରେ ହିନ୍ଦୁମାନଙ୍କୁ ପୂଜାର୍ଚ୍ଚନା ଅନୁମତି

ବାରଣାସୀ : ବାରଣାସୀର ଜ୍ଞାନବାପି ମସଜିଦରେ ହିନ୍ଦୁମାନଙ୍କୁ ପୂଜାର୍ଚ୍ଚନା ପାଇଁ ଅନୁମତି ମିଳିଛି। ମସଜିଦ ପରିସରରେ ପୂର୍ବରୁ ସିଲ୍ ହୋଇଥିବା ବେସମେଣ୍ଟ- ବ୍ୟାସ କା ତହଖାନା ଅଞ୍ଚଳରେ ହିନ୍ଦୁମାନେ ପୂଜା କରିପାରିବେ ବୋଲି କୋର୍ଟ ଆଜି ରାୟ ଦେଇଛନ୍ତି। ସପ୍ତାହକ ମଧ୍ୟରେ ବ୍ୟାରିକେଡ୍ ହଟାଇବା ସହ ଏଥିପାଇଁ ବ୍ୟବସ୍ଥା କରାଯିବ ବୋଲି ବିଚାରପତି କହିଛନ୍ତି। କୋର୍ଟ ମଧ୍ୟ କହିଛନ୍ତି, କାଶୀ ବିଶ୍ୱନାଥ ମନ୍ଦିରର ପୂଜକମାନେ ପୂଜାର୍ଚ୍ଚନାର ପରିଚାଳନା କରିବା ଉଚିତ। ୪ ଜଣ ହିନ୍ଦୁ ମହିଳା ଆବେଦନକାରୀଙ୍କ […]

Samaya Live Picture
Published On

ବାରଣାସୀ : ବାରଣାସୀର ଜ୍ଞାନବାପି ମସଜିଦରେ ହିନ୍ଦୁମାନଙ୍କୁ ପୂଜାର୍ଚ୍ଚନା ପାଇଁ ଅନୁମତି ମିଳିଛି। ମସଜିଦ ପରିସରରେ ପୂର୍ବରୁ ସିଲ୍ ହୋଇଥିବା ବେସମେଣ୍ଟ- ବ୍ୟାସ କା ତହଖାନା ଅଞ୍ଚଳରେ ହିନ୍ଦୁମାନେ ପୂଜା କରିପାରିବେ ବୋଲି କୋର୍ଟ ଆଜି ରାୟ ଦେଇଛନ୍ତି। ସପ୍ତାହକ ମଧ୍ୟରେ ବ୍ୟାରିକେଡ୍ ହଟାଇବା ସହ ଏଥିପାଇଁ ବ୍ୟବସ୍ଥା କରାଯିବ ବୋଲି ବିଚାରପତି କହିଛନ୍ତି। କୋର୍ଟ ମଧ୍ୟ କହିଛନ୍ତି, କାଶୀ ବିଶ୍ୱନାଥ ମନ୍ଦିରର ପୂଜକମାନେ ପୂଜାର୍ଚ୍ଚନାର ପରିଚାଳନା କରିବା ଉଚିତ। ୪ ଜଣ ହିନ୍ଦୁ ମହିଳା ଆବେଦନକାରୀଙ୍କ ଓକିଲ ବିଷ୍ଣୁ ଶଙ୍କର ଜୈନ କୋର୍ଟ ରାୟ ସମ୍ପର୍କରେ ସୂଚନା ଦେଇଛନ୍ତି। ମସଜିଦ କମିଟି ଏହି ଆଦେଶକୁ ଉଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରିବ ବୋଲି ଆଶା କରାଯାଉଛି। ମସଜିଦର ବେସମେଣ୍ଟରେ ୪ଟି ‘ତହଖାନା’ ରହିଛି। ଗୋଟିଏ ତହଖାନା ଏବେ ବି ଜଣେ ପୁରୋହିତ ପରିବାରଙ୍କ କବ୍ଜାରେ ରହିଛି। ବଂଶାନୁକ୍ରମିକ ପୁରୋହିତ ହିସାବରେ ସେମାନଙ୍କୁ ମନ୍ଦିର ଭିତରେ ପ୍ରବେଶ କରି ପୂଜା କରିବାକୁ ଅନୁମତି ଦିଆଯାଉ ବୋଲି ପରିବାର ଲୋକେ ଯୁକ୍ତି ବାଢ଼ିଥିଲେ। ଆବେଦନ ଅନୁଯାୟୀ, ପୁରୋହିତ ସୋମନାଥ ବ୍ୟାସ ୧୯୯୩ ମସିହାରେ ତହଖାନା ବନ୍ଦ ହେବା ପର୍ଯ୍ୟନ୍ତ ପୂଜାର୍ଚ୍ଚନା କରୁଥିଲେ।

Tags: