ଜୋହାନ୍ସବର୍ଗରେ ଭୟାବହ ଅଗ୍ନିକାଣ୍ଡ, ୬୩ ମୃତ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଆଜି ଏକ‌ ବହୁ ମହଲା ବିଶିଷ୍ଟ କୋଠାରେ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଛି। ଏଥିଯୋଗୁଁ ୬୩ ଲୋକଙ୍କର ମୃତ୍ୟୁ ହୋଇଯାଇଛି। ଆହୁରି ଅନେକ ଲୋକ ନିଆଁ ଭିତରେ ଫଶି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବାପାଇଁ ଉଦ୍ୟମ ଜାରି ରହିଛି। ଅଗ୍ନିକାଣ୍ଡରେ ୪୦ରୁ ଅଧିକ ଜଣ ଆହତ ହୋଇଛନ୍ତି। ଅଗ୍ନିକାଣ୍ଡ ସମୟରେ କୋଠା‌ରେ ପ୍ରାୟ ୨୦୦ ଲୋକ ଥିବା ଅନୁମାନ କରାଯାଉଛି। ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ। ଘଟଣାସ୍ଥଳରେ ଅଗ୍ନି ନିର୍ବାପକ […]

Samaya Live Picture
Published On

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଆଜି ଏକ‌ ବହୁ ମହଲା ବିଶିଷ୍ଟ କୋଠାରେ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଛି। ଏଥିଯୋଗୁଁ ୬୩ ଲୋକଙ୍କର ମୃତ୍ୟୁ ହୋଇଯାଇଛି। ଆହୁରି ଅନେକ ଲୋକ ନିଆଁ ଭିତରେ ଫଶି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବାପାଇଁ ଉଦ୍ୟମ ଜାରି ରହିଛି। ଅଗ୍ନିକାଣ୍ଡରେ ୪୦ରୁ ଅଧିକ ଜଣ ଆହତ ହୋଇଛନ୍ତି। ଅଗ୍ନିକାଣ୍ଡ ସମୟରେ କୋଠା‌ରେ ପ୍ରାୟ ୨୦୦ ଲୋକ ଥିବା ଅନୁମାନ କରାଯାଉଛି। ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ। ଘଟଣାସ୍ଥଳରେ ଅଗ୍ନି ନିର୍ବାପକ ଦଳ ଏବଂ ଏମର୍ଜେନ୍ସି ଗାଡ଼ି ମୁତୟନ ହୋଇଛି। ଅଗ୍ନିକାଣ୍ଡର କାରଣ କ’ଣ ଏଯାବତ ଜଣାପଡ଼ି୍ନି।

Tags: