ଜୋରହାଟରୁ ବିଜେପି ହାରିବାପରେ ଦଳରେ ହିମନ୍ତଙ୍କୁ ଦଳ ମଧ୍ୟରେ ତୀବ୍ର ବିରୋଧ

ନୂଆଦିଲ୍ଲୀ: ଆସାମରେ ୧୪ ଲୋକସଭା ଆସନରୁ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ମେଣ୍ଟ ୧୧ ଆସନରେ ଜିତିଛି। ଏହାସତ୍ତ୍ବେ ବିଜେପି ଆସାମରେ ବଡ଼ କ୍ଷତି ସହିଛି। ଆସାମର ଜୋରହାଟ ଲୋକସଭା ଆସନ ହେଉଛି ଏକ ପ୍ରେଷ୍ଟିଜ୍‌ ଆସନ। ଏଠାରେ ବିଜେପିର ପ୍ରଚାର ଦାୟିତ୍ବ ନେଇଥିଲେ ନିଜେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା। କିନ୍ତୁ ଉକ୍ତ ଆସନରେ କଂଗ୍ରେସ ପ୍ରାର୍ଥୀ ଗୌରବ ଗୋଗଇ ବିଜେପି ସାଂସଦ ତପନ କୁମାର ଗୋଗଇଙ୍କୁ ହରାଇ ଦେଇଛନ୍ତି। ଉତ୍ତରପୂର୍ବରେ ଏନ୍‌ଡିଏ ମେଣ୍ଟର ମୁଖ୍ୟ […]

Samaya Live Picture
Published On

ନୂଆଦିଲ୍ଲୀ: ଆସାମରେ ୧୪ ଲୋକସଭା ଆସନରୁ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ମେଣ୍ଟ ୧୧ ଆସନରେ ଜିତିଛି। ଏହାସତ୍ତ୍ବେ ବିଜେପି ଆସାମରେ ବଡ଼ କ୍ଷତି ସହିଛି। ଆସାମର ଜୋରହାଟ ଲୋକସଭା ଆସନ ହେଉଛି ଏକ ପ୍ରେଷ୍ଟିଜ୍‌ ଆସନ। ଏଠାରେ ବିଜେପିର ପ୍ରଚାର ଦାୟିତ୍ବ ନେଇଥିଲେ ନିଜେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା। କିନ୍ତୁ ଉକ୍ତ ଆସନରେ କଂଗ୍ରେସ ପ୍ରାର୍ଥୀ ଗୌରବ ଗୋଗଇ ବିଜେପି ସାଂସଦ ତପନ କୁମାର ଗୋଗଇଙ୍କୁ ହରାଇ ଦେଇଛନ୍ତି। ଉତ୍ତରପୂର୍ବରେ ଏନ୍‌ଡିଏ ମେଣ୍ଟର ମୁଖ୍ୟ ହିମନ୍ତଙ୍କୁ ଏଥିପାଇଁ ଦଳ ମଧ୍ୟରେ ତୀବ୍ର ବିରୋଧ କରାଯାଉଥିବା ଜଣାପଡ଼ିଛି। ଜୋରହାଟରେ ଗୌରବ ଗୋଗଇଙ୍କ ବିଶାଳ ବିଜୟ ପରେ ବିଜେପି ବିଧାୟକ ମୃଣ‌ାଳ ସାଇକିଆ ଖୋଲାଖୋଲି ଭାବେ ତାଙ୍କ ଦଳର ନିର୍ବାଚନ ପ୍ରଚାର ରଣନୀତିକୁ ସମା‌ଲୋଚନା କରିଛନ୍ତି। ମୃଣାଳ ଗୌରବ ଗୋଗଇଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି, ବିଜେପି ପ୍ରଚାରରେ ଅହଙ୍କାର ପାଇଁ ଏହା ଜୋରହାଟ ଆସନ ହାରିଗଲା। ଜାଣିବାକୁ ମିଳିଛି ଯେ ଜୋରହାଟରେ ବିଜେପିର ପରାଜୟ ପାଇଁ ଅନେକ ବରିଷ୍ଠ ନେତା ଅସନ୍ତୁଷ୍ଟ ଅଛନ୍ତି। ଜୋରହାଟରେ ବିଜେପିର ବିଜୟ ସୁନିଶ୍ଚିତ କରିବାପାଇଁ ହିମନ୍ତ ବିଶ୍ବ ଶର୍ମା ନିଜେ ବ୍ୟକ୍ତିଗତ ଭାବେ ନିର୍ବାଚନ ପ୍ରଚାର କରୁଥିଲେ।

Tags: