ଜୋରଦାର ହେଲା ତଦନ୍ତ
ନୂଆଦିଲ୍ଲୀ: ଅହମଦାବାଦରେ ଗତକାଲି ହୋଇଥିବା ବିମାନ ଦୁର୍ଘଟଣାର ଔପଚାରିକ ତଦନ୍ତ ଆରମ୍ଭ ହୋଇଛି। ବୋଇଂ ୭୮୭ ଡ୍ରିମ୍ଲାଇନର୍ର ବ୍ଲାକ୍ ବକ୍ସ ମିଳିଛି ଏବଂ ଏହା ସୁରକ୍ଷିତ ଅଛି। ଯେଉଁ ମେଡିକାଲ କଲେଜ ହଷ୍ଟେଲ୍ରେ ବିମାନଟି ପିଟି ହୋଇଥିଲା ସେହି ହଷ୍ଟେଲର ଛାତ ଉପରୁ ଏଏଆଇବି (ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ୍ ଇନଭେଷ୍ଟିଗେସନ୍ ବ୍ୟୁରୋ) ବ୍ଲାକ୍ବକ୍ସ ପାଇଥିବା ସ୍ପଷ୍ଟ କରିଛନ୍ତି। ବ୍ଲାକ୍ବକ୍ସ ମିଳିଥିବାରୁ ତଦନ୍ତ ପ୍ରକ୍ରିୟା ତ୍ବରାନ୍ବିତ ହେବ ବୋଲି କୁହାଯାଇଛି। ଅନ୍ୟପକ୍ଷେ ଏନ୍ଆଇଏ ଟିମ୍ ଅହମଦାବାଦ ବିମାନ ଦୁର୍ଘଟଣା ସ୍ଥଳରେ […]
ନୂଆଦିଲ୍ଲୀ: ଅହମଦାବାଦରେ ଗତକାଲି ହୋଇଥିବା ବିମାନ ଦୁର୍ଘଟଣାର ଔପଚାରିକ ତଦନ୍ତ ଆରମ୍ଭ ହୋଇଛି। ବୋଇଂ ୭୮୭ ଡ୍ରିମ୍ଲାଇନର୍ର ବ୍ଲାକ୍ ବକ୍ସ ମିଳିଛି ଏବଂ ଏହା ସୁରକ୍ଷିତ ଅଛି। ଯେଉଁ ମେଡିକାଲ କଲେଜ ହଷ୍ଟେଲ୍ରେ ବିମାନଟି ପିଟି ହୋଇଥିଲା ସେହି ହଷ୍ଟେଲର ଛାତ ଉପରୁ ଏଏଆଇବି (ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ୍ ଇନଭେଷ୍ଟିଗେସନ୍ ବ୍ୟୁରୋ) ବ୍ଲାକ୍ବକ୍ସ ପାଇଥିବା ସ୍ପଷ୍ଟ କରିଛନ୍ତି। ବ୍ଲାକ୍ବକ୍ସ ମିଳିଥିବାରୁ ତଦନ୍ତ ପ୍ରକ୍ରିୟା ତ୍ବରାନ୍ବିତ ହେବ ବୋଲି କୁହାଯାଇଛି। ଅନ୍ୟପକ୍ଷେ ଏନ୍ଆଇଏ ଟିମ୍ ଅହମଦାବାଦ ବିମାନ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛି ଏବଂ ବିଭିନ୍ନ ନମୁନା ସଂଗ୍ରହ କରିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଅଧୀନରେ ଏଏଆଇବି ମଧ୍ୟ ଦୁର୍ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ସେହିପରି ଗୁଜରାଟ ସରକାରଙ୍କ ୪୦ରୁ ଅଧିକ କର୍ମଚାରୀ ତଦନ୍ତ ପ୍ରକ୍ରିୟାରେ ସହଯୋଗ ପାଇଁ ଘଟଣା ସ୍ଥଳରେ ନିୟୋଜିତ ଅଛନ୍ତି। ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବାପାଇଁ ଅନ୍ତର୍ଜାତୀୟ ସ୍ତରରୁ ମଧ୍ୟ ସହଯୋଗର ହାତ ବଢ଼ିଛି। ଆମେରିକା ଏବଂ ବ୍ରିଟେନ ଭାରତକୁ ତଦନ୍ତକାରୀ ଟିମ୍ ପଠାଇଛନ୍ତି। ଆମେରିକା ଜାତୀୟ ପରିବହନ ସୁରକ୍ଷା ବୋର୍ଡ ଘୋଷଣା କରିଛି ଯେ ଏହା ଭାରତୀୟ ପ୍ରତିପକ୍ଷଙ୍କୁ ସହଯୋଗ କରିବାପାଇଁ ତଦନ୍ତକାରୀ ଦଳ ପଠାଇବ। ବ୍ରିଟେନ୍ ପ୍ରଧାନମନ୍ତ୍ରୀ କେଅର ଷ୍ଟାର୍ମର କହିଛନ୍ତି, ବ୍ରିଟେନ୍ର ଏୟାର ଆକ୍ସିଡେଣ୍ଟ୍ସ ଇନଭେଷ୍ଟିଗେସନ୍ ବ୍ରାଞ୍ଚ୍ ଭାରତର ଏଏଆଇବିକୁ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରୁଛି। ଖୁବ୍ଶୀଘ୍ର ଦୁର୍ଘଟଣାର କାରଣ ଜଣାପଡ଼ିବ ବୋଲି ଆଶା କରାଯାଉଛି। ଇତିମଧ୍ୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡ଼ୁ କହିଛନ୍ତି, ସରକାର ଘଟଣାର ବିସ୍ତୃତ ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି।




