ଜୋରଦାର ହେଲା ଇସ୍ରାଏଲର ସ୍ଥଳ ଅଭିଯାନ ,ଗାଜାରେ ୧୫୦ ଭୂତଳ ଟାର୍ଗେଟ୍ ଉପରେ ଆକ୍ରମଣ

ନୂଆଦିଲ୍ଲୀ : ଗାଜାରେ ଇସ୍ରାଏଲ ଏହାର ସ୍ଥଳ ଅଭିଯାନକୁ ଜୋରଦାର କରିଛି। ଇସ୍ରାଏଲ ସେନାର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ଉତ୍ତର ଗାଜାରେ ଯେଉଁ ଅଭିଯାନ ଆରମ୍ଭ ହୋଇଛି ତା’ ତୁଳନାରେ ସ୍ଥଳ ଅଭିଯାନ ଆହୁରି ଅଧିକ ଭୟଙ୍କର ହେବ। ଅନ୍ୟପକ୍ଷେ ହମାସ ଗୋଷ୍ଠୀ ଆଜି ଦୃଢ଼ ପ୍ରତିଜ୍ଞା କରି କହିଛି ଯେ ଏହାର ସଦସ୍ୟମାନେ ଇସ୍ରାଏଲ ଆକ୍ରମଣର ପୂର୍ଣ୍ଣ କ୍ଷମତାରେ ଜବାବ ଦେବେ। ଗାଜା ଷ୍ଟ୍ରିପରେ ଇସ୍ରାଏଲୀ ଟ୍ୟାଙ୍କ୍ରୁ ଅନବରତ ଗୁଳିମାଡ଼ ହେଉଛି। ଗତ କିଛି […]

Samaya Live Picture
Published On

ନୂଆଦିଲ୍ଲୀ : ଗାଜାରେ ଇସ୍ରାଏଲ ଏହାର ସ୍ଥଳ ଅଭିଯାନକୁ ଜୋରଦାର କରିଛି। ଇସ୍ରାଏଲ ସେନାର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ଉତ୍ତର ଗାଜାରେ ଯେଉଁ ଅଭିଯାନ ଆରମ୍ଭ ହୋଇଛି ତା’ ତୁଳନାରେ ସ୍ଥଳ ଅଭିଯାନ ଆହୁରି ଅଧିକ ଭୟଙ୍କର ହେବ। ଅନ୍ୟପକ୍ଷେ ହମାସ ଗୋଷ୍ଠୀ ଆଜି ଦୃଢ଼ ପ୍ରତିଜ୍ଞା କରି କହିଛି ଯେ ଏହାର ସଦସ୍ୟମାନେ ଇସ୍ରାଏଲ ଆକ୍ରମଣର ପୂର୍ଣ୍ଣ କ୍ଷମତାରେ ଜବାବ ଦେବେ। ଗାଜା ଷ୍ଟ୍ରିପରେ ଇସ୍ରାଏଲୀ ଟ୍ୟାଙ୍କ୍ରୁ ଅନବରତ ଗୁଳିମାଡ଼ ହେଉଛି। ଗତ କିଛି ଦିନ ଧରି ଗାଜାରେ ଯେଉଁ ଆକ୍ରମଣ ଜାରି ରହିଥିଲା ତାକୁ ବୃଦ୍ଧି କରାଯାଇଛି। ସ୍ଥଳ ବାହିନୀ ରାତିରେ ସେମାନଙ୍କ ଅପରେସନ୍ ଜୋରଦାର କରିଛନ୍ତି ବୋଲି ଇସ୍ରାଏଲ ସେନା ମୁଖପାତ୍ର ରିୟର ଆଡମିରାଲ ଡାନିଏଲ କହିଛନ୍ତି। ଯୁଦ୍ଧ ମଧ୍ୟରେ ଗାଜାରେ ଇଣ୍ଟରନେଟ୍ ସେବା ବିଚ୍ଛିନ୍ନ ହୋଇଯାଇଛି। ବ୍ଲାକଆଉଟ୍ ପାଇଁ ୨.୩ ନିୟୁତ ଲୋକ ବାହାର ଦୁନିଆରୁ ବିଚ୍ଛିନ୍ନ ହୋଇଯାଇଛନ୍ତି। ଇସ୍ରାଏଲ ଯୁଦ୍ଧ ଜାହାଜ ଉତ୍ତର ଗାଜାରେ ୧୫୦ଟି ଅଣ୍ଡରଗ୍ରାଉଣ୍ଡ୍ ଟାର୍ଗେଟ୍ ଉପରେ ଆକ୍ରମଣ କରିଛି। ଇସ୍ରାଏଲ ସେନା ପକ୍ଷରୁ ଏହା କୁହାଯାଇଛି। ସେନା ପକ୍ଷରୁ ଜାରି ହୋଇଥିବା ବିବୃତି ଅନୁଯାୟୀ, ଆତଙ୍କୀ ସୁଡ଼ଙ୍ଗ, ଭୂତଳ ଯୁଦ୍ଧ ସ୍ଥଳ ଏବଂ ଅତିରିକ୍ତ ଭୂତଳ ଭିତ୍ତିଭୂମି ଉପରେ ଗତକାଲି ରାତିସାରା ଆକ୍ରମଣ ହୋଇଛି। ଏଥିରେ ଅନେକ ହମାସ ଆତଙ୍କବାଦୀ ମଧ୍ୟ ନିପାତ ହୋଇଛନ୍ତି।

Tags: