ଜେଲ୍ରୁ ମୁକୁଳିଲା ଆନନ୍ଦ ମୋହନ

ପାଟନା : ବିହାରର ପୂର୍ବତନ ସାଂସଦ ଆନନ୍ଦ ମୋହନ ଆଜି ଜେଲ୍ରୁ ମୁକୁଳିଛି। ୧୯୯୪ ମସିହାରେ ଆଇଏଏସ ଅଫିସର ଜି କ୍ରୀଷ୍ଣେୟାଙ୍କ ହତ୍ୟା ମାମଲାରେ ଆନନ୍ଦ ମୋହନକୁ ପ୍ରଥମେ ମୃତ୍ୟୁଦଣ୍ଡ ହୋଇଥିଲା। ପରେ ତା’ର ମୃତ୍ୟୁଦଣ୍ଡକୁ କୋହଳ କରାଯାଇ ତାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ତେବେ ନୀତୀଶ କୁମାର ସରକାର ଗତ ଏପ୍ରିଲ ୧୦ ତାରିଖରେ ଜେଲ୍ ନିୟମରେ ପରିବର୍ତ୍ତନ କରିଥିଲେ। ଆନନ୍ଦ ମୋହନକୁ ଜେଲ୍ରୁ ମୁକୁଳାଇବାପାଇଁ ନୀତୀଶ ସରକାର ଜେଲ୍ ନିୟମରେ ପରିବର୍ତ୍ତନ କରିଥିଲେ […]

Samaya Live Picture
Published On

ପାଟନା : ବିହାରର ପୂର୍ବତନ ସାଂସଦ ଆନନ୍ଦ ମୋହନ ଆଜି ଜେଲ୍ରୁ ମୁକୁଳିଛି। ୧୯୯୪ ମସିହାରେ ଆଇଏଏସ ଅଫିସର ଜି କ୍ରୀଷ୍ଣେୟାଙ୍କ ହତ୍ୟା ମାମଲାରେ ଆନନ୍ଦ ମୋହନକୁ ପ୍ରଥମେ ମୃତ୍ୟୁଦଣ୍ଡ ହୋଇଥିଲା। ପରେ ତା’ର ମୃତ୍ୟୁଦଣ୍ଡକୁ କୋହଳ କରାଯାଇ ତାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ତେବେ ନୀତୀଶ କୁମାର ସରକାର ଗତ ଏପ୍ରିଲ ୧୦ ତାରିଖରେ ଜେଲ୍ ନିୟମରେ ପରିବର୍ତ୍ତନ କରିଥିଲେ। ଆନନ୍ଦ ମୋହନକୁ ଜେଲ୍ରୁ ମୁକୁଳାଇବାପାଇଁ ନୀତୀଶ ସରକାର ଜେଲ୍ ନିୟମରେ ପରିବର୍ତ୍ତନ କରିଥିଲେ ବୋଲି ଦାବି ହୋଇଛି। ବିହାର ସରକାର ଏପ୍ରିଲ ୨୪ ତାରିଖରେ ଆନନ୍ଦ ମୋହନ ଜେଲ୍ରୁ ମୁକୁଳିବା ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ୧୯୯୪ ମସିହାରେ ଆଇଏଏସ୍ ଜି କ୍ରୀଷ୍ଣେୟାଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା।

Tags: