ଜେଲ୍ରୁ ମୁକୁଳିବେ ନବଜୋତ ସିଂହ ସିଦ୍ଧୁ
ନୂଆଦିଲ୍ଲୀ, ୧/୪ : ପଂଜାବ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ଆଜି ଜେଲ୍ରୁ ମୁକୁଳିବେ। ରୋଡ ରେଜ୍ ମାମଲାରେ ପଟିଆଲା ଜେଲ୍ରେ ୧୦ ମାସ ସଜା କାଟିବାପରେ ସିଦ୍ଧୁ ଆଜି ଜେଲ୍ରୁ ମୁକୁଳିବେ। ସିଦ୍ଧୁଙ୍କୁ ସ୍ବାଗତ କରିବାପାଇଁ ଆଜି ପଟିଆଲା ଜେଲ୍ ବାହାରେ ସମର୍ଥକମାନେ ରୁଣ୍ଡ ହୋଇଛନ୍ତି। ସମର୍ଥକମାନେ ଢୋଲ ବଜାଇ ସିଦ୍ଧୁଙ୍କୁ ସ୍ବାଗତ କରିବେ। ଜଣେ କଂଗ୍ରେସ ନେତା କହିଛନ୍ତି, ନବଜୋତ ସିଂହ ସିଦ୍ଧୁ ଜେଲ୍ରୁ ମୁକୁଳିବା ଆମପାଇଁ ଏକ ଉତ୍ସବ। ପଟିଆଲା ସହରର […]
ନୂଆଦିଲ୍ଲୀ, ୧/୪ : ପଂଜାବ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ଆଜି ଜେଲ୍ରୁ ମୁକୁଳିବେ। ରୋଡ ରେଜ୍ ମାମଲାରେ ପଟିଆଲା ଜେଲ୍ରେ ୧୦ ମାସ ସଜା କାଟିବାପରେ ସିଦ୍ଧୁ ଆଜି ଜେଲ୍ରୁ ମୁକୁଳିବେ। ସିଦ୍ଧୁଙ୍କୁ ସ୍ବାଗତ କରିବାପାଇଁ ଆଜି ପଟିଆଲା ଜେଲ୍ ବାହାରେ ସମର୍ଥକମାନେ ରୁଣ୍ଡ ହୋଇଛନ୍ତି। ସମର୍ଥକମାନେ ଢୋଲ ବଜାଇ ସିଦ୍ଧୁଙ୍କୁ ସ୍ବାଗତ କରିବେ। ଜଣେ କଂଗ୍ରେସ ନେତା କହିଛନ୍ତି, ନବଜୋତ ସିଂହ ସିଦ୍ଧୁ ଜେଲ୍ରୁ ମୁକୁଳିବା ଆମପାଇଁ ଏକ ଉତ୍ସବ। ପଟିଆଲା ସହରର ବିଭିନ୍ନ ସ୍ଥାନରେ ସିଦ୍ଧୁଙ୍କ ପୋଷ୍ଟର ଏବଂ ହୋର୍ଡିଂ ଲଗାଇ ତାଙ୍କୁ ସ୍ବାଗତ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ନବଜୋତ ସିଂହ ସିଦ୍ଧୁଙ୍କୁ ରୋଡ ରେଜ୍ ମାମଲାରେ ଗତବର୍ଷ ଗୋଟିଏ ବର୍ଷ ଜେଲଦଣ୍ଡ ହୋଇଥିଲା । କିନ୍ତୁ ସିଦ୍ଧୁଙ୍କ ଉତ୍ତମ ବ୍ୟବହାର ପାଇଁ ତାଙ୍କୁ ଜେଲ୍ରୁ ଆଗୁଆ ମୁକ୍ତ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ୧୯୮୮ ମସିହାର ରୋଡ୍ ରେଜ୍ ମାମଲାରେ ସୁପ୍ରିମକୋର୍ଟ ଗତବର୍ଷ ମେ’ରେ ସିଦ୍ଧୁଙ୍କ ଗୋଟିଏ ବର୍ଷ କାରାଦଣ୍ଡାଦେଶ ଦେଇଥିଲେ।




