ଜେଲରେ କେଜ୍ରିୱାଲଙ୍କୁ ହତ୍ୟା ପାଇଁ ବଡ଼ ଷଡ଼ଯନ୍ତ୍ର ହୋଇଛି : ଆପ୍

ନୂଆଦିଲ୍ଲୀ : ଆମ ଆଦମୀ ପାର୍ଟି ଦଳ ଆଜି ଏକ ବଡ଼ ଅଭିଯୋଗ କରିଛି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ବଡ଼ ଷଡ଼ଯନ୍ତ୍ର ହୋଇଛି। ଆପ୍ ମନ୍ତ୍ରୀ ଅତିଶୀ ଦାବି କରିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା କରିବାପାଇଁ ଉଦ୍ୟମ ହୋଇଛି। ଆପ୍ ନେତାଙ୍କ ଅନୁଯାୟୀ ଅରବିନ୍ଦ କେଜ୍ରିୱାଲଙ୍କ ରକ୍ତ ସର୍କରା ସ୍ତର ଗତ କିଛି ଦିନ ଧରି ୩୦୦ରୁ ଅଧିକ ରହିଛି। କେଜ୍ରିୱାଲଙ୍କର ଇନସୁଲିନ ଦରକାର ଥିଲେ ମଧ୍ୟ ତିହାର ଜେଲ କର୍ତ୍ତୃପକ୍ଷମାନେ […]

Samaya Live Picture
Published On

ନୂଆଦିଲ୍ଲୀ : ଆମ ଆଦମୀ ପାର୍ଟି ଦଳ ଆଜି ଏକ ବଡ଼ ଅଭିଯୋଗ କରିଛି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ବଡ଼ ଷଡ଼ଯନ୍ତ୍ର ହୋଇଛି। ଆପ୍ ମନ୍ତ୍ରୀ ଅତିଶୀ ଦାବି କରିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା କରିବାପାଇଁ ଉଦ୍ୟମ ହୋଇଛି। ଆପ୍ ନେତାଙ୍କ ଅନୁଯାୟୀ ଅରବିନ୍ଦ କେଜ୍ରିୱାଲଙ୍କ ରକ୍ତ ସର୍କରା ସ୍ତର ଗତ କିଛି ଦିନ ଧରି ୩୦୦ରୁ ଅଧିକ ରହିଛି। କେଜ୍ରିୱାଲଙ୍କର ଇନସୁଲିନ ଦରକାର ଥିଲେ ମଧ୍ୟ ତିହାର ଜେଲ କର୍ତ୍ତୃପକ୍ଷମାନେ ତାଙ୍କୁ ଦେଉନାହାନ୍ତି। ତେବେ ଏହା କି ପ୍ରକାର ଷଡ଼ଯନ୍ତ୍ର। ସାଂଘାତିକ ମଧୁମେହ ରୋଗରେ ପୀଡ଼ିତ ଜଣେ ରୋଗୀଙ୍କୁ ଇନସୁଲିନ ଦିଆଯାଉନି। ଅତିଶୀ କହିଛନ୍ତି, ଅରବିନ୍ଦ କେଜ୍ରିୱାଲ ହେଉଛନ୍ତି ଏଭଳି ଜଣେ ବ୍ୟକ୍ତି ଯାହାଙ୍କୁ ବିଜେପି ନିର୍ବାଚନରେ ହରାଇ ପାରିନି। ଆଜି କେଜ୍ରିୱାଲଙ୍କୁ ହରାଇବାପାଇଁ ଏକ ବଡ଼ ଷଡ଼ଯନ୍ତ୍ର ହୋଇଛି। ଗତ ୩୦ ବର୍ଷ ଧରି କେଜ୍ରିୱାଲ ଡାଇବେଟିସରେ ପୀଡ଼ିତ। ପ୍ରତିଦିନ ସେ ୫୪ ୟୁନିଟ ଇନସୁଲିନ ନିଅନ୍ତି। କିନ୍ତୁ ଏବେ ତାଙ୍କର ଇନସୁଲିନ ଦରକାର ଥିଲେ ମଧ୍ୟ ତାଙ୍କୁ ଦିଆଯାଉନି ବୋଲି ସେ କହିଛନ୍ତି।

Tags: