ଜେରୁଜେଲମ, ତେଲ୍ ଅବିବରେ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ, ଭୟରେ ଲୋକ ବଙ୍କରକୁ ଦୌଡ଼ିଲେ
ନୂଆଦିଲ୍ଲୀ: ଇସ୍ରାଏଲର ବୃହତ୍ତମ ସହର ଜେରୁଜେଲମ୍ ଏବଂ ତେଲ୍ ଅବିବରେ ଆଜି ପ୍ରଚଣ୍ଡ ବିସ୍ଫୋରଣ ହୋଇଛି। ରକେଟ୍ ବିସ୍ଫୋରଣ ଶବ୍ଦ ହେବାପରେ ଜେରୁଜେଲମରେ ରକେଟ ଆଲର୍ଟ ସାଇରନ ବାଜିଛି। ଇସ୍ରାଏଲ ସେନା ପକ୍ଷରୁ ମଧ୍ୟ ଏହା ସ୍ପଷ୍ଟ କରାଯାଇଛି। ଏକ ସଂସଦୀୟ ବୈଠକ ଚାଲିଥିବାବେଳେ ଜେରୁଜେଲମରେ ଆଜି ସାଇରନ୍ ବାଜିଥିଲା। ସାଇରନ୍ ବାଜିବାପରେ ଲୋକ ଭୟରେ ବଙ୍କର୍କୁ ଦୌଡ଼ିଛନ୍ତି। ଅନ୍ୟପକ୍ଷେ ହେଜବୋଲ୍ଲା ଲେବାନନ୍ ସୀମା ନିକଟରେ ଥିବା ଅନେକ ଇସ୍ରାଏଲୀ ସେନା ପୋଷ୍ଟର ସର୍ଭେଲାନ୍ସ କ୍ୟାମେରା ଗୁଡ଼ିକୁ […]
ନୂଆଦିଲ୍ଲୀ: ଇସ୍ରାଏଲର ବୃହତ୍ତମ ସହର ଜେରୁଜେଲମ୍ ଏବଂ ତେଲ୍ ଅବିବରେ ଆଜି ପ୍ରଚଣ୍ଡ ବିସ୍ଫୋରଣ ହୋଇଛି। ରକେଟ୍ ବିସ୍ଫୋରଣ ଶବ୍ଦ ହେବାପରେ ଜେରୁଜେଲମରେ ରକେଟ ଆଲର୍ଟ ସାଇରନ ବାଜିଛି। ଇସ୍ରାଏଲ ସେନା ପକ୍ଷରୁ ମଧ୍ୟ ଏହା ସ୍ପଷ୍ଟ କରାଯାଇଛି। ଏକ ସଂସଦୀୟ ବୈଠକ ଚାଲିଥିବାବେଳେ ଜେରୁଜେଲମରେ ଆଜି ସାଇରନ୍ ବାଜିଥିଲା। ସାଇରନ୍ ବାଜିବାପରେ ଲୋକ ଭୟରେ ବଙ୍କର୍କୁ ଦୌଡ଼ିଛନ୍ତି। ଅନ୍ୟପକ୍ଷେ ହେଜବୋଲ୍ଲା ଲେବାନନ୍ ସୀମା ନିକଟରେ ଥିବା ଅନେକ ଇସ୍ରାଏଲୀ ସେନା ପୋଷ୍ଟର ସର୍ଭେଲାନ୍ସ କ୍ୟାମେରା ଗୁଡ଼ିକୁ ଧ୍ବଂସ କେରିଦେଇଥିବା କହିଛି। ହେଜବୋଲ୍ଲାର ଗଣମାଧ୍ୟମ ଶାଖା ପକ୍ଷରୁ ଏନେଇ ଭିଡିଓ ଜାରି ହୋଇଛି। ଲେବାନନ୍-ଇସ୍ରାଏଲ ସୀମାର ୫ଟି ସ୍ଥାନରେ ସର୍ଭେଲାନ୍ସ କ୍ୟାମେରାକୁ ସ୍ନାଇପର୍ ଗୁଳିମାଡ଼ ଦ୍ବାରା ଧ୍ବଂସ କରାଯାଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି। ୫ଟି ଇସ୍ରାଏଲୀ ପୋଷ୍ଟ୍କୁ ହେଜବୋଲ୍ଲା ଟାର୍ଗେଟ୍ କରିଥିବା ଦାବି କରିଛି।




