ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ବଢ଼ିଲା

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି(ବିଜେପି)ର ଜାତୀୟ ସଭାପତି ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଆସନ୍ତା ଜୁନ୍ ୨୦୨୪ ପର୍ଯ୍ୟନ୍ତ ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇଛି। ୨୦୨୦ରେ ଅମିତ ଶାହଙ୍କଠାରୁ ନଡ୍ଡା ଦଳର ଶୀର୍ଷ ପଦ ଗ୍ରହଣ କରିଥିଲେ । ଦିଲ୍ଲୀର ଭାରତ ମଣ୍ଡପମ୍ରେ ବିଜେପିର ଦୁଇ ଦିନିଆ ଜାତୀୟ ପରିଷଦ ବୈଠକ ଅନୁଷ୍ଠିତ ହେବା ପରେ ଏହି ଘୋଷଣା କରାଯାଇଛି। ରବିବାର ଶେଷ ହୋଇଥିବା ଦଳର ଜାତୀୟ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ […]

Samaya Live Picture
Published On

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି(ବିଜେପି)ର ଜାତୀୟ ସଭାପତି ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଆସନ୍ତା ଜୁନ୍ ୨୦୨୪ ପର୍ଯ୍ୟନ୍ତ ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇଛି। ୨୦୨୦ରେ ଅମିତ ଶାହଙ୍କଠାରୁ ନଡ୍ଡା ଦଳର ଶୀର୍ଷ ପଦ ଗ୍ରହଣ କରିଥିଲେ । ଦିଲ୍ଲୀର ଭାରତ ମଣ୍ଡପମ୍ରେ ବିଜେପିର ଦୁଇ ଦିନିଆ ଜାତୀୟ ପରିଷଦ ବୈଠକ ଅନୁଷ୍ଠିତ ହେବା ପରେ ଏହି ଘୋଷଣା କରାଯାଇଛି। ରବିବାର ଶେଷ ହୋଇଥିବା ଦଳର ଜାତୀୟ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସମସ୍ତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବୈଠକରେ ଅଂଶଗ୍ରହଣ କରିଥିଲେ। ଲୋକସଭା ନିର୍ବାଚନରେ ଦଳ କ’ଣ ରଣନୀତି ଅବଲମ୍ବନ କରିବ ସେ ନେଇ ଆଲୋଚନା ହୋଇଥିଲା। ବିଜେପି ସଭାପତି ଭାବେ ନଡ୍ଡାଙ୍କ କାର୍ଯ୍ୟକାଳରେ ବିଜେପି ଉତ୍ତରପ୍ରଦେଶ, ଗୁଜରାଟ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜୟ ହାସଲ କରିଥିଲା। ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇଛି।

Tags: