ଜେଡି ଭାନ୍ସଙ୍କ ପିଲାଙ୍କ ପାଇଁ ମୋଦୀଙ୍କ ପରିବେଶ ଉପଯୋଗୀ ଉପହାର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଫ୍ରାନ୍ସ ଗସ୍ତ ସମୟରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଝିଅ ମୀରାବେଲ୍ ରୋଜ୍ ଭାନ୍ସଙ୍କୁ ଏକ ହାତ ତିଆରି କାଠ ଆଲଫାବେଟ୍ ସେଟ୍ ଉପହାର ଦେଇଛନ୍ତି। ଏଥିସହ ମୋଦୀ ମୀରାବେଲ୍ଙ୍କ ଭାଇଙ୍କୁ ଭାରତୀୟ ଲୋକକଳା ପ୍ରତିଫଳିତ ହୋଇଥିବା ଏକ ‘ପଜଲ୍’ ଦେଇଛନ୍ତି। ମଙ୍ଗଳବାର ମୋଦୀ ଏବଂ ଜେଡି ଭାନ୍ସଙ୍କ ମଧ୍ୟରେ ପ୍ୟାରିସ୍ରେ ବୈଠକ ହୋଇଥିଲା। ଏଆଇ ସମ୍ମିଳନୀ ଅବସରରେ ମୋଦୀ ଏବଂ ଭାନ୍ସଙ୍କ ମଧ୍ୟରେ ବୈଠକ ହୋଇଥିବାବେଳେ ଜେଡି ଭାନ୍ସଙ୍କ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଫ୍ରାନ୍ସ ଗସ୍ତ ସମୟରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଝିଅ ମୀରାବେଲ୍ ରୋଜ୍ ଭାନ୍ସଙ୍କୁ ଏକ ହାତ ତିଆରି କାଠ ଆଲଫାବେଟ୍ ସେଟ୍ ଉପହାର ଦେଇଛନ୍ତି। ଏଥିସହ ମୋଦୀ ମୀରାବେଲ୍ଙ୍କ ଭାଇଙ୍କୁ ଭାରତୀୟ ଲୋକକଳା ପ୍ରତିଫଳିତ ହୋଇଥିବା ଏକ ‘ପଜଲ୍’ ଦେଇଛନ୍ତି। ମଙ୍ଗଳବାର ମୋଦୀ ଏବଂ ଜେଡି ଭାନ୍ସଙ୍କ ମଧ୍ୟରେ ପ୍ୟାରିସ୍ରେ ବୈଠକ ହୋଇଥିଲା। ଏଆଇ ସମ୍ମିଳନୀ ଅବସରରେ ମୋଦୀ ଏବଂ ଭାନ୍ସଙ୍କ ମଧ୍ୟରେ ବୈଠକ ହୋଇଥିବାବେଳେ ଜେଡି ଭାନ୍ସଙ୍କ ପୁଅଙ୍କ ଜନ୍ମଦିନ ଅବସରରେ ମୋଦୀ ତାଙ୍କ ପରିବାର ସଦସ୍ୟଙ୍କ ସହ ଯୋଗ ଦେଇଥିଲେ। ଏକ୍ସରେ ଏକ ପୋଷ୍ଟ୍ କରି ମୋଦୀ ଲେଖିଛନ୍ତି, ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସହ ଅତ୍ୟନ୍ତ ଚମତ୍କାର ସାକ୍ଷାତ ହେଲା। ବିଭିନ୍ନ ବିଷୟବସ୍ତୁ ଉପରେ ଆମେ କଥାବାର୍ତ୍ତା କରିଛୁ। ଏହି ଅବସରରେ ଭାନ୍ସଙ୍କ ପୁଅଙ୍କ ଜନ୍ମଦିନ ଉତ୍ସବରେ ଯୋଗ ଦେବାର ସୁଯୋଗ ପାଇଲି।




