ଜେଡିୟୁ ମୁଖ୍ୟ ପଦରୁ ବିଦା ହୋଇପାରନ୍ତି ଲଳନ ସିଂହ
ନୂଆଦିଲ୍ଲୀ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜେଡିୟୁ ମୁଖ୍ୟ ପଦରୁ ରାଜୀବ ରଂଜନ ସିଂହ ଓରଫ ଲଳନ ସିଂହଙ୍କୁ ବିଦା କରିପାରନ୍ତି। ଡିସେମ୍ବର ୨୯ ତାରିଖରେ ଦିଲ୍ଲୀରେ ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜେ ଦଳର ମୁଖ୍ୟ ଦାୟିତ୍ବ ନେଇପାରନ୍ତି। ଦଳରେ କୌଣସି ପ୍ରକାର ଅପ୍ରୀତିକର ସ୍ଥିତି ତଥା ଦଳରେ କୌଣସି ପ୍ରକାର ମତାନ୍ତର ଓ ମନାନ୍ତର ଦୂର କରିବାପାଇଁ ନୀତୀଶ ନିଜେ ମଙ୍ଗ ଧରି ପାରନ୍ତି। […]
ନୂଆଦିଲ୍ଲୀ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜେଡିୟୁ ମୁଖ୍ୟ ପଦରୁ ରାଜୀବ ରଂଜନ ସିଂହ ଓରଫ ଲଳନ ସିଂହଙ୍କୁ ବିଦା କରିପାରନ୍ତି। ଡିସେମ୍ବର ୨୯ ତାରିଖରେ ଦିଲ୍ଲୀରେ ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜେ ଦଳର ମୁଖ୍ୟ ଦାୟିତ୍ବ ନେଇପାରନ୍ତି। ଦଳରେ କୌଣସି ପ୍ରକାର ଅପ୍ରୀତିକର ସ୍ଥିତି ତଥା ଦଳରେ କୌଣସି ପ୍ରକାର ମତାନ୍ତର ଓ ମନାନ୍ତର ଦୂର କରିବାପାଇଁ ନୀତୀଶ ନିଜେ ମଙ୍ଗ ଧରି ପାରନ୍ତି। ମିଳିଥିବା ସୂଚନାନୁଯାୟୀ ଲଳନ ସିଂହଙ୍କ କାର୍ଯ୍ୟଶୈଳୀରେ ନୀତୀଶ କୁମାର ଅସନ୍ତୁଷ୍ଟ ଅଛନ୍ତି। ଖବର ଅନୁଯାୟୀ ଲଳନ ସିଂହ ପୁଣିଥରେ ମୁଙ୍ଗେରରୁ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବାପାଇଁ ଆଗ୍ରହୀ ଏବଂ ସେ ଆରଜେଡି (ରାଷ୍ଟ୍ରୀୟ ଜନତା ଦଳ) ଟିକେଟରେ ନିର୍ବାଚନ ଲଢ଼ିପାରନ୍ତି। ଇତି ମଧ୍ୟରେ ନିକଟରେ ଶେଷ ହୋଇଥିବା ଇଣ୍ଡିଆ ମେଣ୍ଟ ବୈଠକରେ ନୀତୀଶ କୁମାର ଜାନୁଆରି ସୁଦ୍ଧା ଆସନ ବୁଝାମଣା ଚୂଡ଼ାନ୍ତ କରିବା ଉପରେ ଗୁରୁତ୍ବାରୋପ କରିଥିଲେ।




