ଜେଡିୟୁ ନେତା କୈଳାଶ ମାହତୋଙ୍କୁ ଗୁଳି କରି ହତ୍ୟା
ନୂଆଦିଲ୍ଲୀ : ବରିଷ୍ଠ ଜେଡିୟୁ ନେତା କୈଳାଶ ମାହତୋଙ୍କୁ ଗୁରୁବାର ବିଳମ୍ବିତ ରାତିରେ ଗୁଳି କରି ହତ୍ୟା କରାଯାଇଛି। ବିହାରର କତିହାର ଜିଲ୍ଲା ଅଧୀନସ୍ଥ ବରାରି ଥାନା ଅଧୀନରେ କିଛି ଦୁର୍ବୃତ୍ତ ବାଇକ୍ରେ ଆସି କୈଳାଶ ମାହତୋଙ୍କ ଉପରକୁ ଗୁଳି ଚଳାଇଥିଲେ। ୭୦ ବର୍ଷୀୟ ଜେଡିୟୁ ନେତା କୈଳାଶଙ୍କ ଘରଠାରୁ ମାତ୍ର ଅଳ୍ପ କିଛି ଦୂରରେ ତାଙ୍କୁ ହତ୍ୟା କରାଯାଇଛି। ଜମି ବିବାଦକୁ ନେଇ ଜେଡିୟ ନେତାଙ୍କୁ ହତ୍ୟା କରାଯାଇଛି ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ ଯେ ବରିଷ୍ଠ […]
ନୂଆଦିଲ୍ଲୀ : ବରିଷ୍ଠ ଜେଡିୟୁ ନେତା କୈଳାଶ ମାହତୋଙ୍କୁ ଗୁରୁବାର ବିଳମ୍ବିତ ରାତିରେ ଗୁଳି କରି ହତ୍ୟା କରାଯାଇଛି। ବିହାରର କତିହାର ଜିଲ୍ଲା ଅଧୀନସ୍ଥ ବରାରି ଥାନା ଅଧୀନରେ କିଛି ଦୁର୍ବୃତ୍ତ ବାଇକ୍ରେ ଆସି କୈଳାଶ ମାହତୋଙ୍କ ଉପରକୁ ଗୁଳି ଚଳାଇଥିଲେ। ୭୦ ବର୍ଷୀୟ ଜେଡିୟୁ ନେତା କୈଳାଶଙ୍କ ଘରଠାରୁ ମାତ୍ର ଅଳ୍ପ କିଛି ଦୂରରେ ତାଙ୍କୁ ହତ୍ୟା କରାଯାଇଛି। ଜମି ବିବାଦକୁ ନେଇ ଜେଡିୟ ନେତାଙ୍କୁ ହତ୍ୟା କରାଯାଇଛି ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ ଯେ ବରିଷ୍ଠ ଜେଡିୟୁ ନେତା ଗତ କିଛି ଦିନ ତଳେ ତାଙ୍କୁ ସୁରକ୍ଷା ଦେବାପାଇଁ ପ୍ରଶାସନକୁ ଅନୁରୋଧ କରିଥିଲେ। କୈଳାଶ ମାହତୋ ହେଉଛନ୍ତି ବରାରି ଥାନା ଅଞ୍ଚଳ ଅଧୀନସ୍ଥ ପୂର୍ବି ବରି ନଗରର ୱାର୍ଡ ନମ୍ବର ୧୨ର ବାସିନ୍ଦା। କତିହାର ଏସ୍ଡିପିଓ କହିଛନ୍ତି, ଆମେ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛୁ ଏବଂ ଅଭିଯୁକ୍ତ ଖୁବ୍ଶୀଘ୍ର ଗିରଫ ହେବ।




