ଜେଡିଏସ୍ ଛାଡ଼ିଲେ ବରିଷ୍ଠ ମୁସଲିମ ନେତା
ବେଙ୍ଗାଲୁରୁ: ଏଚ୍ଡି ଦେବଗୌଡ଼ାଙ୍କ ଜନତା ଦଳ ସେକ୍ୟୁଲାର (ଜେଡିଏସ୍) ଶୁକ୍ରବାର ବିଜେପି ନେତୃତ୍ବାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ)ରେ ସାମିଲ ହେବା ପରେ ଏହାର ଜଣେ ବରିଷ୍ଠ ମୁସଲିମ ନେତା ଦଳରୁ ଇସ୍ତଫା ଦେଇଛନ୍ତି। ଜେଡିଏସ୍ର ବରିଷ୍ଠ ଉପସଭାପତି ସୟଦ ସୈଫୁଲ୍ଲା ୨୦୨୪ ନିର୍ବାଚନ ପାଇଁ ବିଜେପି ସହ ହାତ ମିଳାଇବା ସଂକ୍ରାନ୍ତ ଦଳର ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ଦଳ ତ୍ୟାଗ କରିଛନ୍ତି। ସୈଫୁଲ୍ଲା କହିଛନ୍ତି, ବିଜେପି ଏକ ସାମ୍ପ୍ରଦାୟିକ ଦଳ ଯାହା ଜାତି ଓ ଧର୍ମ […]
ବେଙ୍ଗାଲୁରୁ: ଏଚ୍ଡି ଦେବଗୌଡ଼ାଙ୍କ ଜନତା ଦଳ ସେକ୍ୟୁଲାର (ଜେଡିଏସ୍) ଶୁକ୍ରବାର ବିଜେପି ନେତୃତ୍ବାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ)ରେ ସାମିଲ ହେବା ପରେ ଏହାର ଜଣେ ବରିଷ୍ଠ ମୁସଲିମ ନେତା ଦଳରୁ ଇସ୍ତଫା ଦେଇଛନ୍ତି। ଜେଡିଏସ୍ର ବରିଷ୍ଠ ଉପସଭାପତି ସୟଦ ସୈଫୁଲ୍ଲା ୨୦୨୪ ନିର୍ବାଚନ ପାଇଁ ବିଜେପି ସହ ହାତ ମିଳାଇବା ସଂକ୍ରାନ୍ତ ଦଳର ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ଦଳ ତ୍ୟାଗ କରିଛନ୍ତି। ସୈଫୁଲ୍ଲା କହିଛନ୍ତି, ବିଜେପି ଏକ ସାମ୍ପ୍ରଦାୟିକ ଦଳ ଯାହା ଜାତି ଓ ଧର୍ମ ଭିତରେ ଭେଦଭାବ ସୃଷ୍ଟି କରୁଛି। ତେଣୁ ଜେଡିଏସ୍ରେ ସେ ୩୦ ବର୍ଷ ଧରି ରହିଥିଲେ ମଧ୍ୟ ଦଳର ନେତା ବିଜେପି ସହ ହାତ ମିଳାଇବା ପରେ ତାଙ୍କ ପରି ଧର୍ମନିରପେକ୍ଷ ନେତା ଆଉ ସେ ଦଳରେ ରହିବା ଠିକ୍ ହେବ ନାହିଁ।




