ଜୁଲାଇ ୮ରେ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ

କୋଲକାତା: ଆସନ୍ତା ଜୁଲାଇ ୮ ତାରିଖରେ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ହେବ। ନିର୍ବାଚନ କମିସନ ଆଜି ଏନେଇ ବିଧିବଦ୍ଧ ଘୋଷଣା କରିଛନ୍ତି। ପ୍ରାର୍ଥୀମା‌ନେ ଆଜିଠାରୁ ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ସେମାନଙ୍କ ପ୍ରାର୍ଥିପତ୍ର ଦାଖଲ କରିପାରିବେ। ଜୁଲାଇ ୧୧ରେ ନିର୍ବାଚନ ଫଳାଫଳ ଆସିବ। ପଞ୍ଚାୟତ ନିର୍ବାଚନ ଅବ୍ୟବହିତ ପୂର୍ବରୁ ପୂର୍ବତନ ପଶ୍ଚିମବଙ୍ଗ ମୁଖ୍ୟ ସଚିବ ରାଜୀବ ସିହ୍ନାଙ୍କୁ ରାଜ୍ୟର ପରବର୍ତ୍ତୀ ନିର୍ବାଚନ କମିସନର ନିଯୁକ୍ତ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ପଞ୍ଚାୟତ ନିର୍ବାଚନ ସମୟରେ ପଶ୍ଚିମବଙ୍ଗରେ ଅନେକ […]

Samaya Live Picture
Published On

କୋଲକାତା: ଆସନ୍ତା ଜୁଲାଇ ୮ ତାରିଖରେ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ହେବ। ନିର୍ବାଚନ କମିସନ ଆଜି ଏନେଇ ବିଧିବଦ୍ଧ ଘୋଷଣା କରିଛନ୍ତି। ପ୍ରାର୍ଥୀମା‌ନେ ଆଜିଠାରୁ ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ସେମାନଙ୍କ ପ୍ରାର୍ଥିପତ୍ର ଦାଖଲ କରିପାରିବେ। ଜୁଲାଇ ୧୧ରେ ନିର୍ବାଚନ ଫଳାଫଳ ଆସିବ। ପଞ୍ଚାୟତ ନିର୍ବାଚନ ଅବ୍ୟବହିତ ପୂର୍ବରୁ ପୂର୍ବତନ ପଶ୍ଚିମବଙ୍ଗ ମୁଖ୍ୟ ସଚିବ ରାଜୀବ ସିହ୍ନାଙ୍କୁ ରାଜ୍ୟର ପରବର୍ତ୍ତୀ ନିର୍ବାଚନ କମିସନର ନିଯୁକ୍ତ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ପଞ୍ଚାୟତ ନିର୍ବାଚନ ସମୟରେ ପଶ୍ଚିମବଙ୍ଗରେ ଅନେକ ଥର ହିଂସା ହୋଇଛି। ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଇଛି। ଏହି କାରଣ ପାଇଁ ଚଳିତ ନିର୍ବାଚନ ଶାନ୍ତିପୂର୍ଣ୍ଣ କରିବାପାଇଁ ଯଥାସମ୍ଭବ ପ୍ରୟସା କରାଯାଇଛି।

Tags: