ଜୁଲାଇ ୭-୮ରେ ୪ ରାଜ୍ୟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୭ ଓ ୮ ତାରିଖରେ ୪ଟି ରାଜ୍ୟ ଗସ୍ତ କରିବେ। ସେ ୭ରେ ଛତିଶଗଡ଼ ଓ ଉତ୍ତରପ୍ରଦେଶ ଏବଂ ୮ରେ ତେଲେଙ୍ଗାନା ଓ ରାଜସ୍ଥାନ ଗସ୍ତ କରିବେ। ଏହି ଅବସରରେ ଉକ୍ତ ରାଜ୍ୟଗୁଡ଼ିକରେ ପ୍ରଧାନମନ୍ତ୍ରୀ ପ୍ରାୟ ୫୦,୦୦୦ କୋଟି ଟଙ୍କା ମୂଲ୍ୟ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଜୁଲାଇ ୭ ଦିନ ପ୍ରାୟ ୧୦ଟା ୪୫ ସମୟରେ ପ୍ରଧାନମନ୍ତ୍ରୀ ରାୟପୁରରେ ଏକ […]

Samaya Live Picture
Published On

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୭ ଓ ୮ ତାରିଖରେ ୪ଟି ରାଜ୍ୟ ଗସ୍ତ କରିବେ। ସେ ୭ରେ ଛତିଶଗଡ଼ ଓ ଉତ୍ତରପ୍ରଦେଶ ଏବଂ ୮ରେ ତେଲେଙ୍ଗାନା ଓ ରାଜସ୍ଥାନ ଗସ୍ତ କରିବେ। ଏହି ଅବସରରେ ଉକ୍ତ ରାଜ୍ୟଗୁଡ଼ିକରେ ପ୍ରଧାନମନ୍ତ୍ରୀ ପ୍ରାୟ ୫୦,୦୦୦ କୋଟି ଟଙ୍କା ମୂଲ୍ୟ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଜୁଲାଇ ୭ ଦିନ ପ୍ରାୟ ୧୦ଟା ୪୫ ସମୟରେ ପ୍ରଧାନମନ୍ତ୍ରୀ ରାୟପୁରରେ ଏକ ସାଧାରଣ କାର୍ଯ୍ୟକ୍ରମରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଏବଂ ଦେଶକୁ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଉତ୍ସର୍ଗ କରିବେ। ତା’ପରେ ସେ ଉତ୍ତରପ୍ରଦେଶର ଗୋରଖପୁରରେ ପହଞ୍ଚି ଦିନ ପ୍ରାୟ ସାଢ଼େଦୁଇଟା ସମୟରେ ଗୀତା ପ୍ରେସ୍ ଗୋରଖପୁରର ଶତବାର୍ଷିକୀ ସମାରୋହରେ ଅଂଶଗ୍ରହଣ କରିବେ ଏବଂ ଗୋରଖପୁର ରେଳ ଷ୍ଟେସନରେ ବନ୍ଦେ ଭାରତ ଟ୍ରେନ୍‌କୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହାପରେ, ଅପରାହ୍ଣ ୫ଟା ସମୟରେ ପ୍ରଧାନମନ୍ତ୍ରୀ ବାରାଣାସୀରେ ପହଞ୍ଚିବେ, ଯେଉଁଠାରେ ସେ ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରେ ମଧ୍ୟ ସେ ଅନେକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ।
ଜୁଲାଇ ୮ ତାରିଖ ଦିନ ପ୍ରାୟ ୧୦ଟା ୪୫ରେ ପ୍ରଧାନମନ୍ତ୍ରୀ ତେଲେଙ୍ଗାନାର ୱାରଙ୍ଗାଲରେ ପହଞ୍ଚି ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବେ ଏବଂ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀ ଅପରାହ୍ଣ ପ୍ରାୟ ୪ଟା ୧୫ରେ ବିକାନେରରେ ପହଞ୍ଚିବେ, ଯେଉଁଠାରେ ସେ ଶିଳାନ୍ୟାସ କରିବା ସହିତ ରାଜସ୍ଥାନରେ ଏକାଧିକ ବିକାଶମୂଳକ ପ୍ରକଳ୍ପକୁ ଉଦ୍‌ଘାଟନ କରିବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

Tags: