ଜୁଲାଇ ୪ରେ ବ୍ରିଟେନ ସାଧାରଣ ନିର୍ବାଚନ
ଲଣ୍ଡନ: ଆସନ୍ତା ଜୁଲାଇ ୪ ତାରିଖରେ ବ୍ରିଟେନ ସାଧାରଣ ନିର୍ବାଚନ ହେବ। ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଆଜି ଏନେଇ ଘୋଷଣା କରିଛନ୍ତି। ୪୪ ବର୍ଷୀୟ ସୁନକ ପ୍ରଧାନମନ୍ତ୍ରୀ ହେବାପରେ ପ୍ରଥମ ଥର ପାଇଁ ଭୋଟର୍ଙ୍କୁ ସାମ୍ନା କରିବେ। ୨୦୨୨ ଅକ୍ଟୋବରରେ ସୁନକଙ୍କୁ କନ୍ଜରବେଟିଭ ପାର୍ଟିର ନେତା ନିଯୁକ୍ତ କରାଯାଇଥିଲା। ୨୦୧୬ରେ ବ୍ରେକ୍ଜିଟ୍ ରେଫରେଣ୍ଡମ୍ ପରେ ଏହା ହେଉଛି ତୃତୀୟ ସାଧାରଣ ନିର୍ବାଚନ। ତେବେ ନିର୍ବାଚନ ପୂର୍ବରୁ ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ଚଳିତ ନିର୍ବାରଚନରେ […]
ଲଣ୍ଡନ: ଆସନ୍ତା ଜୁଲାଇ ୪ ତାରିଖରେ ବ୍ରିଟେନ ସାଧାରଣ ନିର୍ବାଚନ ହେବ। ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଆଜି ଏନେଇ ଘୋଷଣା କରିଛନ୍ତି। ୪୪ ବର୍ଷୀୟ ସୁନକ ପ୍ରଧାନମନ୍ତ୍ରୀ ହେବାପରେ ପ୍ରଥମ ଥର ପାଇଁ ଭୋଟର୍ଙ୍କୁ ସାମ୍ନା କରିବେ। ୨୦୨୨ ଅକ୍ଟୋବରରେ ସୁନକଙ୍କୁ କନ୍ଜରବେଟିଭ ପାର୍ଟିର ନେତା ନିଯୁକ୍ତ କରାଯାଇଥିଲା। ୨୦୧୬ରେ ବ୍ରେକ୍ଜିଟ୍ ରେଫରେଣ୍ଡମ୍ ପରେ ଏହା ହେଉଛି ତୃତୀୟ ସାଧାରଣ ନିର୍ବାଚନ। ତେବେ ନିର୍ବାଚନ ପୂର୍ବରୁ ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ଚଳିତ ନିର୍ବାରଚନରେ କନଜରବେଟିଭ୍ ବିରୋଧୀ ଲେବର ପାର୍ଟି ଦ୍ବାରା ପରାଜିତ ହୋଇପାରେ। ଲେବର ପାର୍ଟି ପକ୍ଷରୁ କୁହାଯାଇଛି ଯେ ସେମାନେ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ।




