ଜୁଲାଇ ୨୧, ୨୦୨୪ ୮୪ ବର୍ଷରେ ସବୁଠୁ ଉତ୍ତପ୍ତ ଦିନ

ନୂଆଦିଲ୍ଲୀ: ଜୁଲାଇ ୨୧, ୨୦୨୪ ୮୪ ବର୍ଷ ମଧ୍ୟରେ ସବୁଠାରୁ ଉତ୍ତପ୍ତ ଦିନ। ଏହିଦିନ ହାରାହାରି ବିଶ୍ୱପୃଷ୍ଠ ବାୟୁ ତାପମାତ୍ରା ୧୭.୦୯ ଡିଗ୍ରି ସେଲସିୟସ ଥିଲା। ଏହା ଅତ୍ୟନ୍ତ ଅଭୂତପୂର୍ବ ଗ୍ରୀଷ୍ମପ୍ରବାହ ବିଶ୍ୱ ତାପମାତ୍ରା ଉପରେ ଜଳବାୟୁ ପରିବର୍ତ୍ତନର ବଢୁଥିବା ପ୍ରଭାବକୁ ସୂଚାଉଛି। କୋପରନିକାସ୍ ଜଳବାୟୁ ପରିବର୍ତ୍ତନ ସେବା (ସି୩ଏସ୍) ଦ୍ୱାରା ରକ୍ଷଣାବେକ୍ଷଣ କରାଯାଉଥିବା ଇଆର୍‌ଏ୫ ଡାଟାସେଟ୍ ୧୯୪୦ ମସିହାରୁ ବ୍ୟାପକ ଜଳବାୟୁ ଓ ପାଣିପାଗ ତଥ୍ୟ ପ୍ରଦାନ କରିଥାଏ। ଇଆର୍‌ଏ୫ ଡାଟାସେଟ୍‌ର ବିଶ୍ଳେଷଣରୁ ଏହା ଜଣାପଡ଼ିଛି। […]

Samaya Live Picture
Published On

ନୂଆଦିଲ୍ଲୀ: ଜୁଲାଇ ୨୧, ୨୦୨୪ ୮୪ ବର୍ଷ ମଧ୍ୟରେ ସବୁଠାରୁ ଉତ୍ତପ୍ତ ଦିନ। ଏହିଦିନ ହାରାହାରି ବିଶ୍ୱପୃଷ୍ଠ ବାୟୁ ତାପମାତ୍ରା ୧୭.୦୯ ଡିଗ୍ରି ସେଲସିୟସ ଥିଲା। ଏହା ଅତ୍ୟନ୍ତ ଅଭୂତପୂର୍ବ ଗ୍ରୀଷ୍ମପ୍ରବାହ ବିଶ୍ୱ ତାପମାତ୍ରା ଉପରେ ଜଳବାୟୁ ପରିବର୍ତ୍ତନର ବଢୁଥିବା ପ୍ରଭାବକୁ ସୂଚାଉଛି। କୋପରନିକାସ୍ ଜଳବାୟୁ ପରିବର୍ତ୍ତନ ସେବା (ସି୩ଏସ୍) ଦ୍ୱାରା ରକ୍ଷଣାବେକ୍ଷଣ କରାଯାଉଥିବା ଇଆର୍‌ଏ୫ ଡାଟାସେଟ୍ ୧୯୪୦ ମସିହାରୁ ବ୍ୟାପକ ଜଳବାୟୁ ଓ ପାଣିପାଗ ତଥ୍ୟ ପ୍ରଦାନ କରିଥାଏ। ଇଆର୍‌ଏ୫ ଡାଟାସେଟ୍‌ର ବିଶ୍ଳେଷଣରୁ ଏହା ଜଣାପଡ଼ିଛି। ଏହି ସଦ୍ୟତମ ରେକର୍ଡ ବିଶ୍ବର ପୂର୍ବ ତାପମାତ୍ରାର ସବୁ ରେକର୍ଡକୁ ଅତିକ୍ରମ କରିଛି। ଜୁଲାଇ ୨୦୨୪ରେ ବିଶ୍ୱର ବିଭିନ୍ନ ସ୍ଥାନରେ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୂତ ହୋଇଛି। ଦକ୍ଷିଣ ୟୁରୋପ, ଦକ୍ଷିଣପୂର୍ବ ଏସିଆ, ଉତ୍ତର ଆଫ୍ରିକା ଓ ଯୁକ୍ତରାଷ୍ଟ୍ର ଆମେରିକା ଭଳି ଅଞ୍ଚଳରେ ସାଂଘାତିକ ଓ ଲମ୍ବା ଗ୍ରୀଷ୍ମପ୍ରବାହ ଅନୁଭୂତ ହୋଇଛି, ଯାହା ଗ୍ରୀସ୍, କାନାଡା ଓ ଆଲଜେରିଆରେ ବନାଗ୍ନି ସମେତ ଭୟଙ୍କର ପାଣିପାଗ ପରିସ୍ଥିତି ସୃଷ୍ଟି କରିଛି। ଜାତିସଂଘ ଓ ଅନ୍ୟ ଜଳବାୟୁ ଏଜେନ୍ସିଗୁଡ଼ିକ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ନିକଟରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ଚେତାବନୀ ଦେଇ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ଅଛି।

Tags: