ଜୁଲାଇ ୨୦ରୁ ସଂସଦର ମୌସୁମୀ ଅଧିବେଶନ
ନୂଆଦିଲ୍ଲୀ : ଆସନ୍ତା ଜୁଲାଇ ୨୦ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଜୁଲାଇ ୨୦ରୁ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏକ ଟ୍ବିଟ୍ କରି ଆଜି ଏହି ସୂଚନା ଦେଇଛନ୍ତି । ସମସ୍ତ ଦଳ ମୌସୂମୀ ଅଧିବେଶନରେ ଫଳପ୍ରଦ ଆଲୋଚନା ଏବଂ ଫଳପ୍ରଦ କାର୍ଯ୍ୟରେ ସହଯୋଗ କରିବାପାଇଁ ସେ ଅନୁରୋଧ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଚଳିତ ମୌସୁମୀ ଅଧିବେଶନରେ ସରକାର […]
ନୂଆଦିଲ୍ଲୀ : ଆସନ୍ତା ଜୁଲାଇ ୨୦ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଜୁଲାଇ ୨୦ରୁ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏକ ଟ୍ବିଟ୍ କରି ଆଜି ଏହି ସୂଚନା ଦେଇଛନ୍ତି । ସମସ୍ତ ଦଳ ମୌସୂମୀ ଅଧିବେଶନରେ ଫଳପ୍ରଦ ଆଲୋଚନା ଏବଂ ଫଳପ୍ରଦ କାର୍ଯ୍ୟରେ ସହଯୋଗ କରିବାପାଇଁ ସେ ଅନୁରୋଧ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଚଳିତ ମୌସୁମୀ ଅଧିବେଶନରେ ସରକାର ୟୁସିସି (ସମାନ ନାଗରିକ ସଂହିତା) ବିଲ୍ ଆଗତ କରିପାରନ୍ତି। ତେବେ ନୂଆ ସଂସଦ ଭବନ କି ପୁରୁଣା ସଂସଦ ଭବନରେ ମୌସୁମୀ ଅଧିବେଶନ ଚାଲିବ ତାହା ସ୍ପଷ୍ଟ ଜଣାପଡ଼ିନି।




