ଜୁଲାଇ ୧୮ରେ ଏନ୍ଡିଏର ଶକ୍ତି ପ୍ରଦର୍ଶନ
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ମୋଦୀ ସରକାର ବିରୋଧରେ ବିରୋଧୀ ମେଣ୍ଟ ପାଇଁ ବିରୋଧୀ ଦଳଗୁଡ଼ିକ ଏକଜୁଟ ହୋଇଛନ୍ତି। ଆସନ୍ତା ଜୁଲାଇ ୧୭-୧୮ରେ ବେଙ୍ଗାଲୁରୁରେ ଦ୍ବିତୀୟ ବିରୋଧୀ ବୈଠକ ଅଛି। ତେବେ ଜୁଲାଇ ୧୮ ତାରିଖରେ ବିଜେପି ନେତୃତ୍ବାଧୀନ ଏନ୍ଡିଏର ମଧ୍ୟ ଏକ ବୈଠକ ଅଛି। ଶାସକ ଏନ୍ଡିଏ ଶକ୍ତି ପ୍ରଦର୍ଶନ କରିବ। ଏନ୍ଡିଏର ପୂର୍ବ ସହଯୋଗୀମାନେ ଏହି ବୈଠକରେ ଯୋଗ ଦେବେ। ଏଲ୍ଜେପି (ଲୋକ ଜନଶକ୍ତି ପାର୍ଟି) ନେତା ଚିରାଗ ପାଶ୍ବାନ ଜୁଲାଇ […]
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ମୋଦୀ ସରକାର ବିରୋଧରେ ବିରୋଧୀ ମେଣ୍ଟ ପାଇଁ ବିରୋଧୀ ଦଳଗୁଡ଼ିକ ଏକଜୁଟ ହୋଇଛନ୍ତି। ଆସନ୍ତା ଜୁଲାଇ ୧୭-୧୮ରେ ବେଙ୍ଗାଲୁରୁରେ ଦ୍ବିତୀୟ ବିରୋଧୀ ବୈଠକ ଅଛି। ତେବେ ଜୁଲାଇ ୧୮ ତାରିଖରେ ବିଜେପି ନେତୃତ୍ବାଧୀନ ଏନ୍ଡିଏର ମଧ୍ୟ ଏକ ବୈଠକ ଅଛି। ଶାସକ ଏନ୍ଡିଏ ଶକ୍ତି ପ୍ରଦର୍ଶନ କରିବ। ଏନ୍ଡିଏର ପୂର୍ବ ସହଯୋଗୀମାନେ ଏହି ବୈଠକରେ ଯୋଗ ଦେବେ। ଏଲ୍ଜେପି (ଲୋକ ଜନଶକ୍ତି ପାର୍ଟି) ନେତା ଚିରାଗ ପାଶ୍ବାନ ଜୁଲାଇ ୧୮ ତାରିଖରେ ଏନ୍ଡିଏ ବୈଠକରେ ଯୋଗ ଦେଇପାରନ୍ତି। କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଶୁକ୍ରବାର ରାତିରେ ଦ୍ବିତୀୟ ଥର ପାଇଁ ଚିରାଗ ପାଶ୍ବାନଙ୍କୁ ଭେଟିଛନ୍ତି । ବିଜେପି ସଭାପତି ଜେପି ନଡ୍ଡା ପାଶ୍ବାନଙ୍କୁ ଏନଡିଏ ବୈଠକକୁ ଆମନ୍ତ୍ରଣ କରିଛନ୍ତି। ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ତଥା ହାମ୍ (ହିନ୍ଦୁସ୍ତାନୀ ଅୱମ ମୋର୍ଚ୍ଚା)ର ଜିତନ ରାମ ମାଂଝି ଏବଂ ତାଙ୍କ ପୁଅ ସନ୍ତୋଷ କୁମାର ସୁମନ ମଧ୍ୟ କହିଛନ୍ତି ଯେ ସେମାନେ ଜୁଲାଇ ୧୮ ବୈଠକରେ ଯୋଗ ଦେବେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା, ଅଜିତ ପାୱାରଙ୍କ ଏନ୍ସିପି , ବିହାର ଏବଂ ଉତ୍ତରପ୍ରଦେଶରେ ଅନେକ କ୍ଷୁଦ୍ର ଦଳ ମଧ୍ୟ ଏହି ବୈଠକରେ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉକ୍ତ ବୈଠକରେ ଯୋଗଦେବେ।




