ଜୁଲାଇ ୧ରୁ ଲାଗୁ ହେବ ୩ ନୂଆ ଆପରାଧିକ ଆଇନ, ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ଭିଡ ହିଂସା ପାଇଁ ଫାଶୀ ଦଣ୍ଡ

ନୂଆଦିଲ୍ଲୀ: ଦେଶରେ ପ୍ରଣୟନ ହୋଇଥିବା ୩ଟି ନୂଆ ଆପରାଧିକ ଆଇନ ଆସନ୍ତା ଜୁଲାଇ ୧ରୁ କାର୍ଯ୍ୟକାରୀ ହେବ। ଏହି ୩ଟି ଆଇନ ହେଲା ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ। ୩ଟି ଯାକ ନୂଆ ଆଇନକୁ ଗତବର୍ଷ ଡିସେମ୍ବର ୨୧ରେ ସଂସଦ ଅନୁମୋଦନ ପ୍ରଦାନ କରିଥିଲା। ଏହାପରେ ସେହିମାସ ୨୫ ତାରିଖରେ ରାଷ୍ଟ୍ରପତି ଏହି ଆଇନକୁ ସ୍ବୀକୃତି ପ୍ରଦାନ କରିଥିଲେ। ଗୃହ ମନ୍ତ୍ରାଳୟ ପକ୍ଷରୁ ଶନିବାର ଜାରି ବିଜ୍ଞପ୍ତି […]

Samaya Live Picture
Published On

ନୂଆଦିଲ୍ଲୀ: ଦେଶରେ ପ୍ରଣୟନ ହୋଇଥିବା ୩ଟି ନୂଆ ଆପରାଧିକ ଆଇନ ଆସନ୍ତା ଜୁଲାଇ ୧ରୁ କାର୍ଯ୍ୟକାରୀ ହେବ। ଏହି ୩ଟି ଆଇନ ହେଲା ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ। ୩ଟି ଯାକ ନୂଆ ଆଇନକୁ ଗତବର୍ଷ ଡିସେମ୍ବର ୨୧ରେ ସଂସଦ ଅନୁମୋଦନ ପ୍ରଦାନ କରିଥିଲା। ଏହାପରେ ସେହିମାସ ୨୫ ତାରିଖରେ ରାଷ୍ଟ୍ରପତି ଏହି ଆଇନକୁ ସ୍ବୀକୃତି ପ୍ରଦାନ କରିଥିଲେ। ଗୃହ ମନ୍ତ୍ରାଳୟ ପକ୍ଷରୁ ଶନିବାର ଜାରି ବିଜ୍ଞପ୍ତି ଅନୁଯାୟୀ ୨୦୨୪ ଜୁଲାଇ ପହିଲାରୁ ଏହି ଆଇନ ଗୁଡ଼ିକ କାର୍ଯ୍ୟକାରୀ ହେବ। ନୂଆ ଆଇନ କାର୍ଯ୍ୟକାରୀ ହେବା ଫଳରେ ବ୍ରିଟିସ ଅମଳରୁ କାର୍ଯ୍ୟକାରୀ ହୋଇ ଆସୁଥିବା ଭାରତୀୟ ପିଙ୍ଗଳ କୋଡ୍(ଆଇପିସି) ସହିତ ଭାରତୀୟ ଦଣ୍ଡ ସଂହିତା (ସିଆର୍ପିସି) ଏବଂ ଭାରତୀୟ ପ୍ରମାଣ ଆଇନ କାଳ ଗର୍ଭକୁ ଚାଲିଯିବ। ନୂଆ ଆଇନରେ ଅନେକ ପରିବର୍ତ୍ତନ ଅଣାଯାଇଛି। ୨୦୨୩ରେ ସଂସଦର ମୌସୁମୀ ଅଧିବେଶନରେ ପ୍ରଥମେ ଏହି ୩ଟି ବିଲ୍ ଉପସ୍ଥାପନ କରାଯାଇଥିଲା। କିନ୍ତୁ ସଂସଦୀୟ ସ୍ଥାୟୀ କମିଟି କେତେକ ସୁପାରିସ କରିବା କାରଣରୁ ଉକ୍ତ ବିଲ୍କୁ ପୁନଃଲିଖନ କରାଯାଇ ସଂସଦରେ ପୁଣି ଥରେ ଉପସ୍ଥାପନ କରାଯାଇଥିଲା। ବ୍ୟାପକ ବିଚାରବିମର୍ଶ ପରେ ନୂଆ ବିଲ୍ ପ୍ରସ୍ତୁତ ହୋଇଛି ବୋଲି ସଂସଦରେ ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ। ନୂଆ ଆଇନରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ଭିଡ ହିଂସା ପାଇଁ ଫାଶୀ ଦଣ୍ଡ ଦେବାର ବ୍ୟବସ୍ଥା ରହିଛି।

Tags: