ଜୁଲାଇ ତୃତୀୟ ସପ୍ତାହରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ : ଆସନ୍ତା ଜୁଲାଇ ତୃତୀୟ ସପ୍ତାହରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇପାରେ। ଜୁଲାସଇ ତୃତୀୟ ସପ୍ତାହରୁ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ୧୦ ତାରିଖରେ ଶେଷ ହେବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ତେବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ସଂସଦୀୟ ବ୍ୟାପାର କ୍ୟାବିନେଟ୍ କମିଟି ଆସନ୍ତା ଦିନେ କିମ୍ବା ୨ ଦିନ ମଧ୍ୟରେ ମୌସୁମୀ ଅଧିବେଶନ ତାରିଖ ଚୁଡ଼ାନ୍ତ କରିବେ। ଜୁଲାଇ ୧୭ରୁ ୨୦ ମଧ୍ୟରେ ସଂସଦର ମୌସୁମୀ ଅଧିବେଶନ […]

Samaya Live Picture
Published On

ନୂଆଦିଲ୍ଲୀ : ଆସନ୍ତା ଜୁଲାଇ ତୃତୀୟ ସପ୍ତାହରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇପାରେ। ଜୁଲାସଇ ତୃତୀୟ ସପ୍ତାହରୁ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ୧୦ ତାରିଖରେ ଶେଷ ହେବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ତେବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ସଂସଦୀୟ ବ୍ୟାପାର କ୍ୟାବିନେଟ୍ କମିଟି ଆସନ୍ତା ଦିନେ କିମ୍ବା ୨ ଦିନ ମଧ୍ୟରେ ମୌସୁମୀ ଅଧିବେଶନ ତାରିଖ ଚୁଡ଼ାନ୍ତ କରିବେ। ଜୁଲାଇ ୧୭ରୁ ୨୦ ମଧ୍ୟରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇପାରେ ଏବଂ ଅଗଷ୍ଟ ୧୦ ତାରିଖରେ ଅଧିବେଶନ ଶେଷ ହୋଇପାରେ ବୋଲି ଜଣାପଡ଼ିଛି। ତେବେ ନୂଆ ସଂସଦ ଭବନ କି ପୁରୁଣା ସଂସଦ ଭବନରେ ମୌସୁମୀ ଅଧିବେଶନ ଚାଲିବ ତାହା ଜଣାପଡ଼ିନି। ନୂଆ ସଂସଦ ଭବନ ଉଦ୍ଘାଟନ ହୋଇଥିଲେ ସୁଦ୍ଧା କିଛି କାର୍ଯ୍ୟ ଏବେ ବି ବାକି ଅଛି। ତେଣୁ ଯଦି ନୂଆ ସଂସଦ ଭବନ ଅଧିବେଶନ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇପାରିବନି ତେବେ ପୁରୁଣା ସଂସଦ ଭବନରେ ମୌସୁମୀ ଅଧିବେଶନ ହେବ।

Tags: