ଜୁଲାଇରେ ମହାକାଶକୁ ପଠାଯିବ ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ : ଆସନ୍ତା ଜୁଲାଇରେ ଚନ୍ଦ୍ରଯାନ-୩ ଚନ୍ଦ୍ରକୁ ପଠାଯିବ। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ବା ଇସ୍ରୋ ମୁଖ୍ୟ ଏସ୍‌ ସୋମନାଥ ଆଜି ଇଣ୍ଡିଆ ଟୁଡେ କନକ୍ଲେଭ ସାଉଥ୍‌ ୨୦୨୩ରେ ଯୋଗଦେଇ ଏହି ସୂଚନା ଦେଇଛନ୍ତି। ଚନ୍ଦ୍ରଯାନ-୨ ଭଳି ଚନ୍ଦ୍ରଯାନ ୩ ମିସନର ଲକ୍ଷ୍ୟ ସମାନ ଥିବାବେଳେ ବୈଜ୍ଞାନିକ ଢାଞ୍ଚା ବି ସମାନ ବୋଲି ସୋମନାଥ କହିଛନ୍ତି। ଚନ୍ଦ୍ରଯାନ-୨ ମିସନ ବିଫଳ ହୋଇଥିଲେ ମଧ୍ୟ ଅର୍ବିଟର ସେଠାରେ କାର୍ଯ୍ୟ କରିବା ସହ ଆମକୁ ତଥ୍ୟ ଦେଉଛି। ସଫ୍ଟୱେରରେ […]

Samaya Live Picture
Published On

ନୂଆଦିଲ୍ଲୀ : ଆସନ୍ତା ଜୁଲାଇରେ ଚନ୍ଦ୍ରଯାନ-୩ ଚନ୍ଦ୍ରକୁ ପଠାଯିବ। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ବା ଇସ୍ରୋ ମୁଖ୍ୟ ଏସ୍‌ ସୋମନାଥ ଆଜି ଇଣ୍ଡିଆ ଟୁଡେ କନକ୍ଲେଭ ସାଉଥ୍‌ ୨୦୨୩ରେ ଯୋଗଦେଇ ଏହି ସୂଚନା ଦେଇଛନ୍ତି। ଚନ୍ଦ୍ରଯାନ-୨ ଭଳି ଚନ୍ଦ୍ରଯାନ ୩ ମିସନର ଲକ୍ଷ୍ୟ ସମାନ ଥିବାବେଳେ ବୈଜ୍ଞାନିକ ଢାଞ୍ଚା ବି ସମାନ ବୋଲି ସୋମନାଥ କହିଛନ୍ତି। ଚନ୍ଦ୍ରଯାନ-୨ ମିସନ ବିଫଳ ହୋଇଥିଲେ ମଧ୍ୟ ଅର୍ବିଟର ସେଠାରେ କାର୍ଯ୍ୟ କରିବା ସହ ଆମକୁ ତଥ୍ୟ ଦେଉଛି। ସଫ୍ଟୱେରରେ ତ୍ରୁଟି ଯୋଗୁ ଏହା ବିଫଳ ହୋଇଥିଲା ବୋଲି ସୋମନାଥ କହିଛନ୍ତି। ଚନ୍ଦ୍ରଯାନ ୩ ପାଇଁ ଜୁନ ୧୨ରେ ୱିଣ୍ଡୋ ଖୋଲିବା ପରେ ଜୁଲାଇରେ ଏହାକୁ ଚନ୍ଦ୍ରକୁ ପଠାଯିବ। ତେବେ ପ୍ରେରଣ ତାରିଖ ପରେ ଘୋଷଣା ହେବ।
ଏଥିସହିତ ସୂର୍ଯ୍ୟର ବାହ୍ୟ ଅଂଶ ଅନୁଧ୍ୟାନ ପାଇଁ ଆଦିତ୍ୟ ଏଲ୍‌-୧ ମିସନ ପ୍ରସ୍ତୁତ ହୋଇଛି। ଆସନ୍ତା ଅଗଷ୍ଟରେ ଏହାର ପ୍ରେରଣ ହେବ। ଉକ୍ତ ମହାକାଶ ଯାନକୁ ଲାଗ୍ରେଞ୍ଜ ପଏଣ୍ଟ ୧କୁ ପଠାଯିବ। ପୃଥିବୀ ଏବଂ ଚନ୍ଦ୍ର ମଧ୍ୟରେ ଦୂରତା ଠାରୁ ଏହା ପାଖାପାଖି ୪ ଗୁଣ।

Tags: