ଜୁନ୍‌ ୪ ନୁହେଁ ଜୁନ୍‌ ୨ରେ ଅରୁଣାଚଳ , ସିକ୍କିମ ବିଧାନସଭା ନିର୍ବାଚନ ଫଳ

ନୂଆଦିଲ୍ଲୀ : ନିର୍ବାଚନ କମିସନ ଗତତାଲି ଲୋକସଭା ଏବଂ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ। କିନ୍ତୁ କମିସନ ଆଜି ଏଥିରେ କିଛି ପରିବର୍ତ୍ତନ ଆଣିଛନ୍ତି। ଲୋକସଭା ନିର୍ବାଚନ ଫଳ ସହ ଅନ୍ୟ ୨ଟି ରାଜ୍ୟ ବିଧାନସଭା ନିର୍ବାଚନ ଫଳ ଜୁନ୍‌ ୪ ତାରିଖରେ ଆସିବ। କିନ୍ତୁ ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ ବିଧାନସଭା ନିର୍ବାଚନ ଫଳ ଜୁନ୍‌ ୨ ତାରିଖରେ ଘୋଷଣା ହେବ। ଉଲ୍ଳେଖଯୋଗ୍ୟ ଯେ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ସିକ୍କିମ […]

Samaya Live Picture
Published On

ନୂଆଦିଲ୍ଲୀ : ନିର୍ବାଚନ କମିସନ ଗତତାଲି ଲୋକସଭା ଏବଂ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ। କିନ୍ତୁ କମିସନ ଆଜି ଏଥିରେ କିଛି ପରିବର୍ତ୍ତନ ଆଣିଛନ୍ତି। ଲୋକସଭା ନିର୍ବାଚନ ଫଳ ସହ ଅନ୍ୟ ୨ଟି ରାଜ୍ୟ ବିଧାନସଭା ନିର୍ବାଚନ ଫଳ ଜୁନ୍‌ ୪ ତାରିଖରେ ଆସିବ। କିନ୍ତୁ ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ ବିଧାନସଭା ନିର୍ବାଚନ ଫଳ ଜୁନ୍‌ ୨ ତାରିଖରେ ଘୋଷଣା ହେବ। ଉଲ୍ଳେଖଯୋଗ୍ୟ ଯେ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ସିକ୍କିମ ଏବଂ ଓଡ଼ିଶାରେ ମେ’ ୧୩ ଏବଂ ମେ’ ୨୦ ତାରିଖରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ। ନିର୍ବାଚନ କମିସନଙ୍କ ଅନୁଯାୟୀ ଉଭୟ ଅରୁଣାଚଳ ଏବଂ ସିକ୍କିମ ବିଧାନସଭା କାର୍ଯ୍ୟକାଳ ଜୁନ୍‌ ୨ ତାରିଖରେ ଶେଷ ହେବ। ସମ୍ବିଧାନର ଧାରା ୩୨୪, ୧୭୧ (୧) ଏବଂ ଜନ ପ୍ରତିନିଧି ଆଇନ,୧୯୫୧ର ଧାରା ୧୫ ଅନୁଯାୟୀ ବିଧାନସଭା କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ନିର୍ବାଚନ କମିସନ ନିର୍ବାଚନ କରିବା ଉଚିତ। ତେବେ କମିସନ କହିଛନ୍ତି, କେବଳ ନିର୍ବାଚନ ଫଳ ଘୋଷଣା ହେବାର ତାରିଖ ବଦଳିଲା। ଉଲ୍ଲେଖଯୋଗ୍ୟ ଯେ ୨୦୨୪ ଲୋକସଭା ନିର୍ବାଚନ ଏପ୍ରିଲ ୧୯ ତାରିଖରୁ ୭ଟି ପର୍ଯ୍ୟାୟ‌ରେ ହେବ। ଏପ୍ରିଲ ୧୯ ତାରିଖରୁ ନିର୍ବାଚନ ଆରମ୍ଭ ହୋଇ ଜୁନ୍‌ ୧ ତାରିଖରେ ଶେଷ ହେବ।

Tags: