ଜୁନ୍ ୨୪ରୁ ସଂସଦର ସ୍ବତନ୍ତ୍ର ଅଧୀବେଶନ, ଜୁନ୍ ୨୬ରେ ବାଚସ୍ପତି ନିର୍ବାଚନ

ନୂଆଦିଲ୍ଲୀ : ଆସନ୍ତା ଜୁନ୍ ୨୪ ତାରିଖରୁ ସ୍ବତନ୍ତ୍ର ୮ ଦିନିଆ ସଂସଦ ଅଧୀବେଶନ ଆରମ୍ଭ ହେବ। ଏହି ୮ ଦିନିଆ ସ୍ବତନ୍ତ୍ର ଅଧିବେଶନ ମଧ୍ୟରେ ଜୁନ୍ ୨୬ ତାରିଖରେ ବାଚସ୍ପତି ନିର୍ବାଚନ ହେବ ବୋଲି ସୂତ୍ରରୁ ଜଣାପଡ଼ିଛି। ଜୁନ୍ ୨୪ ଏବଂ ୨୫ ତାରିଖରେ ସଂସଦର ନୂଆ ସଦସ୍ୟମାନେ ଶପଥ ନେବେ। ତେବେ ଚଳିତ ଥର ବାଚସ୍ପତିଙ୍କୁ ବାଛିବା ବିଜେପି ପାଇଁ ଏକ ଜଟିଳ କାର୍ଯ୍ୟ। ବିଜେପି ପାଖରେ ଚଳିତ ଥର ସଂଖ୍ୟାଗରିଷ୍ଠତା ନଥିବାରୁ ସରକାର […]

Samaya Live Picture
Published On

ନୂଆଦିଲ୍ଲୀ : ଆସନ୍ତା ଜୁନ୍ ୨୪ ତାରିଖରୁ ସ୍ବତନ୍ତ୍ର ୮ ଦିନିଆ ସଂସଦ ଅଧୀବେଶନ ଆରମ୍ଭ ହେବ। ଏହି ୮ ଦିନିଆ ସ୍ବତନ୍ତ୍ର ଅଧିବେଶନ ମଧ୍ୟରେ ଜୁନ୍ ୨୬ ତାରିଖରେ ବାଚସ୍ପତି ନିର୍ବାଚନ ହେବ ବୋଲି ସୂତ୍ରରୁ ଜଣାପଡ଼ିଛି। ଜୁନ୍ ୨୪ ଏବଂ ୨୫ ତାରିଖରେ ସଂସଦର ନୂଆ ସଦସ୍ୟମାନେ ଶପଥ ନେବେ। ତେବେ ଚଳିତ ଥର ବାଚସ୍ପତିଙ୍କୁ ବାଛିବା ବିଜେପି ପାଇଁ ଏକ ଜଟିଳ କାର୍ଯ୍ୟ। ବିଜେପି ପାଖରେ ଚଳିତ ଥର ସଂଖ୍ୟାଗରିଷ୍ଠତା ନଥିବାରୁ ସରକାର ଗଠନ ପାଇଁ ଚଳିତ ଥର ଟିଡିପି ମୁଖ୍ୟ ଏନ୍ ଚନ୍ଦ୍ରବାବୁ ନାଇଡ଼ୁ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କିଙ୍ଗମେକର ହୋଇଛନ୍ତି। ତେଣୁ ଅଷ୍ଟାଦଶ ଲୋକସଭାରେ ଉଭୟ ଟିଡିପି ଏବଂ ଜେଡିୟୁ ବାଚସ୍ପତି ପଦ ପାଇଁ ଚାହିଛନ୍ତି। କିନ୍ତୁ ବିଜେପି ଏଥିରେ ଅରାଜି। ଶେଷରେ ବାଚସ୍ପତି ପଦ କାହାକୁ ମିଳିବ ତା’ ଉପରେ ସମସ୍ତଙ୍କର କଡ଼ା ନଜର ରହିଛି।

Tags: