ଜୁନ୍‌ ୨୩ରେ ବିରୋଧୀ ନେତାଙ୍କ ବୈଠକ

ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ଅଣ ବିଜେପି ଦଳ ଗୁଡ଼ିକ ଏବେ ବିଜେପି ବିରୋଧରେ ଏକଜୁଟ ହୋଇଛନ୍ତି। ଆସନ୍ତା ଜୁନ୍‌ ୨୩ ତାରିଖରେ ବିହାରର ପାଟନାରେ ବିରୋଧୀ ଦଳ ନେତାଙ୍କ ବୈଠକ ହେବ। ପୂର୍ବରୁ ଜୁନ୍‌ ୧୨ ତାରିଖରେ ଏହି ବୈଠକ ହେବାର ଥିଲା। କିନ୍ତୁ କଂଗ୍ରେସ, ଡିଏମ୍‌କେ ଏବଂ ସିପିଏମ୍‌ର ଅନୁରୋଧ ପରେ ଏହି ବୈଠକକୁ ସ୍ଥଗିତ ରଖାଯାଇଥିଲା। ପରବର୍ତ୍ତୀ ବୈଠକ ସଂକ୍ରାନ୍ତ ନିଷ୍ପତ୍ତି କଂଗ୍ରେସ ଉପ‌‌ରେ ଛାଡ଼ି ଦିଆଯାଇଥିଲା। କଂଗ୍ରେସ […]

Samaya Live Picture
Published On

ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ଅଣ ବିଜେପି ଦଳ ଗୁଡ଼ିକ ଏବେ ବିଜେପି ବିରୋଧରେ ଏକଜୁଟ ହୋଇଛନ୍ତି। ଆସନ୍ତା ଜୁନ୍‌ ୨୩ ତାରିଖରେ ବିହାରର ପାଟନାରେ ବିରୋଧୀ ଦଳ ନେତାଙ୍କ ବୈଠକ ହେବ। ପୂର୍ବରୁ ଜୁନ୍‌ ୧୨ ତାରିଖରେ ଏହି ବୈଠକ ହେବାର ଥିଲା। କିନ୍ତୁ କଂଗ୍ରେସ, ଡିଏମ୍‌କେ ଏବଂ ସିପିଏମ୍‌ର ଅନୁରୋଧ ପରେ ଏହି ବୈଠକକୁ ସ୍ଥଗିତ ରଖାଯାଇଥିଲା। ପରବର୍ତ୍ତୀ ବୈଠକ ସଂକ୍ରାନ୍ତ ନିଷ୍ପତ୍ତି କଂଗ୍ରେସ ଉପ‌‌ରେ ଛାଡ଼ି ଦିଆଯାଇଥିଲା। କଂଗ୍ରେସ ନେତାଙ୍କ ସହ ଆଲୋଚନା ପରେ ବୈଠକ ଜୁନ୍‌ ୨୩ରେ ହେବ ବୋଲି ସ୍ଥିର ହୋଇଛି। ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧି , କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ, ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଏନ୍‌ସିପି ମୁଖ୍ୟ ଶରଦ ପାୱାର ଏବଂ ଡିଏମ୍‌କେର ଏମ‌କେ ଷ୍ଟାଲିନଙ୍କ ସମେତ ଅନ୍ୟ ଶୀର୍ଷ ନେତାମାନେ ଯୋଗ ଦେବେ ବୋଲି ଜେଡିୟୁ ମୁଖ୍ୟ ଲଳନ ସିଂହ କହିଛନ୍ତି। ଜୁନ୍‌ ୨୩ ‌ବୈଠକ ପାଇଁ ସମସ୍ତ ବିରୋଧୀ ଦଳ ରାଜି ହୋଇଛନ୍ତି।

Tags: