ଜୁନ୍ ୧୧ରୁ ୧୫ ପର୍ଯ୍ୟନ୍ତ ଉତ୍ତରପ୍ରଦେଶରେ କଂଗ୍ରେସର ‘ଧନ୍ୟବାଦ ଯାତ୍ରା’

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ଇଣ୍ଡି ମେଣ୍ଟର ଅତି ଚମତ୍କାର ପ୍ରଦର୍ଶନ ପରେ କଂଗ୍ରେସ ଆଜି ଘୋଷଣା କରିଛି ଯେ ଉତ୍ତରପ୍ରଦେଶରେ ସମସ୍ତ ୪୦୩ ନିର୍ବାଚନମଣ୍ଡଳୀରେ ଏହା ‘ଧନ୍ୟବାଦ ଯାତ୍ରା’ କରିବ। ଏହି ଯାତ୍ରାରେ ଦଳର ବରିଷ୍ଠ ନେତା ଏବଂ କର୍ମୀମାନେ ମଧ୍ୟ ଯୋଗ ଦେବେ। ଯାତ୍ରା ସମୟରେ ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କୁ ଭାରତୀୟ ସମ୍ବିଧାନର ଗୋଟିଏ ଲେଖାଏଁ କପି ଦେଇ ସମ୍ମାନିତ କରାଯିବ। ଉଲ୍ଲେଖଯୋଗ୍ୟ ଯେ ଉତ୍ତରପ୍ରଦେଶର ୮୦ ଆସନରୁ କଂଗ୍ରେସ ୬ଟି ଆସନରେ ଜିତିଛି। ସମାଜବାଦୀ […]

Samaya Live Picture
Published On

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ଇଣ୍ଡି ମେଣ୍ଟର ଅତି ଚମତ୍କାର ପ୍ରଦର୍ଶନ ପରେ କଂଗ୍ରେସ ଆଜି ଘୋଷଣା କରିଛି ଯେ ଉତ୍ତରପ୍ରଦେଶରେ ସମସ୍ତ ୪୦୩ ନିର୍ବାଚନମଣ୍ଡଳୀରେ ଏହା ‘ଧନ୍ୟବାଦ ଯାତ୍ରା’ କରିବ। ଏହି ଯାତ୍ରାରେ ଦଳର ବରିଷ୍ଠ ନେତା ଏବଂ କର୍ମୀମାନେ ମଧ୍ୟ ଯୋଗ ଦେବେ। ଯାତ୍ରା ସମୟରେ ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କୁ ଭାରତୀୟ ସମ୍ବିଧାନର ଗୋଟିଏ ଲେଖାଏଁ କପି ଦେଇ ସମ୍ମାନିତ କରାଯିବ। ଉଲ୍ଲେଖଯୋଗ୍ୟ ଯେ ଉତ୍ତରପ୍ରଦେଶର ୮୦ ଆସନରୁ କଂଗ୍ରେସ ୬ଟି ଆସନରେ ଜିତିଛି। ସମାଜବାଦୀ ପାର୍ଟି ସହ କଂଗ୍ରେସ ଉତ୍ତରପ୍ରଦେଶରେ ୩୭ ଆସନରେ ଜିତି ପାରିଛି। ଅନ୍ୟପକ୍ଷେ ବିଜେପି ମାତ୍ର ୩୩ ଆସନରେ ଜିତିପାରିଛି। ଉଲ୍ଲେଖଯୋଗ୍ୟ ଯେ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଉତ୍ତରପ୍ରଦେଶରେ ୬୨ ଆସନରେ ଜିତିଥିବାବେଳେ ଏଥର ୩୩କୁ ଖସିଆସିଛି।

Tags: