ଜୁନ୍‌ ଶେଷ ସୁଦ୍ଧା ଚୀନ୍‌ ଛାଡ଼ିବେ‌ ଶେଷ ଭାରତୀୟ ସାମ୍ବାଦିକ

ବେଜିଂ: ଚୀନ୍‌ରେ କାମ କରୁଥିବା ଶେଷ ଭାରତୀୟ ସାମ୍ବାଦିକ ଚଳିତ ମାସ ଶେଷ ସୁଦ୍ଧା ଚୀନ୍‌ ଛାଡ଼ିବେ। ଚୀନ୍‌ରେ କାମ କରୁଥିବା ଶେଷ ଭାରତୀୟ ସାମ୍ବାଦିକ ହେଉଛନ୍ତି ପିଟିଆଇ (ପ୍ରେସ ଟ୍ରଷ୍ଟ୍‌ ଅଫ ଇଣ୍ଡିଆ)ର। ଚଳିତ ମାସ ଶେଷରେ ଉକ୍ତ ଭାରତୀୟ ସାମ୍ବାଦିକଙ୍କ ଭିସା ଅବଧି ଶେଷ ହେବ। ତେଣୁ ଚଳିତ ମାସ ଶେଷ ସୁଦ୍ଧା ତାଙ୍କୁ ଚୀନ୍‌ ଛାଡ଼ିବାକୁ କୁହାଯାଇଛି। ୨୦୨୩ ଆରମ୍ଭରେ ଚୀନ୍‌ରେ ଭାରତର ୪ ଜଣ ସାମ୍ବାଦିକ କାମ କରୁଥିଲେ। କିନ୍ତୁ ୨ […]

Samaya Live Picture
Published On

ବେଜିଂ: ଚୀନ୍‌ରେ କାମ କରୁଥିବା ଶେଷ ଭାରତୀୟ ସାମ୍ବାଦିକ ଚଳିତ ମାସ ଶେଷ ସୁଦ୍ଧା ଚୀନ୍‌ ଛାଡ଼ିବେ। ଚୀନ୍‌ରେ କାମ କରୁଥିବା ଶେଷ ଭାରତୀୟ ସାମ୍ବାଦିକ ହେଉଛନ୍ତି ପିଟିଆଇ (ପ୍ରେସ ଟ୍ରଷ୍ଟ୍‌ ଅଫ ଇଣ୍ଡିଆ)ର। ଚଳିତ ମାସ ଶେଷରେ ଉକ୍ତ ଭାରତୀୟ ସାମ୍ବାଦିକଙ୍କ ଭିସା ଅବଧି ଶେଷ ହେବ। ତେଣୁ ଚଳିତ ମାସ ଶେଷ ସୁଦ୍ଧା ତାଙ୍କୁ ଚୀନ୍‌ ଛାଡ଼ିବାକୁ କୁହାଯାଇଛି। ୨୦୨୩ ଆରମ୍ଭରେ ଚୀନ୍‌ରେ ଭାରତର ୪ ଜଣ ସାମ୍ବାଦିକ କାମ କରୁଥିଲେ। କିନ୍ତୁ ୨ ଜଣଙ୍କର ଭିସା ରଦ୍ଦ ହୋଇଯିବାରୁ ଏପ୍ରିଲରେ ସେମାନଙ୍କ ଭାରତ ଫେରିବାରେ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା। ଅନ୍ୟ ୨ ଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଜୁନ୍‌ ୧୧ରେ ଚୀନ୍‌ ଛାଡ଼ିଥିଲେ। ଶେଷ ଭାରତୀୟ ସାମ୍ବାଦିକ ଚଳିତ ଜୁନ୍‌ ଶେଷ ସୁଦ୍ଧା ଚୀନ୍‌ ଛାଡ଼ିବେ। ଏଥି‌ସହ ଚୀନ୍‌ରେ ଭାରତର ଗଣମାଧ୍ୟମ ଉପସ୍ଥିତି ସମ୍ପୂର୍ଣ୍ଣ ଭାବେ ଶୂନ ହୋଇଯିବ। ଚୀନ୍‌ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ‌ୱାଙ୍ଗ ୱେନବିନ ଅଭିଯୋଗ କରିଛନ୍ତି ଯେ ଚୀନ୍‌ ସାମ୍ବାଦିକଙ୍କୁ ଭାରତ‌ରେ ଭେଦଭାବପୂର୍ଣ୍ଣ ବ୍ୟବହାର ଦେଖାଯାଉଛି। ୨୦୨୦ରୁ ଭାରତ ଚୀନ୍‌ ସାମ୍ବାଦିକଙ୍କ ପାଇଁ ଭିସା ମଂଜୁର କରିନି ବୋଲି ୱାଙ୍ଗ ଦାବି କରିଛନ୍ତି। ଏହି କାରଣ ପାଇଁ ଭାରତରେ ଚୀନ୍‌ର କରେସ‌ପଣ୍ଡେଣ୍ଟ୍‌ ସଂଖ୍ୟା ୧୪ରୁ ୧ କୁ ଖସି ଆସିଛି। ଅନ୍ୟପକ୍ଷେ ଚୀନ୍‌ର ଦାବିକୁ ଭାରତ ଖଣ୍ଡନ କରିଛି। ଭାରତୀୟ ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଚୀନ୍‌ ସାମ୍ବାଦିକମାନେ ଭାରତରେ ବିନା ସମସ୍ୟାରେ କାମ କରୁଛନ୍ତି। ଭାରତରେ ସମସ୍ତ ବିଦେଶୀ ସାମ୍ବାଦିକଙ୍କୁ କାମ କରିବାପାଇଁ ଭାରତ ଅନୁମତି ଦେଇଛି।

Tags: