ଜି-୭ରେ ସମ୍ମିଳନୀରେ ବିଶ୍ବନେତାଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଟାଲିର ଆପୁଲିଆରେ ଅନୁଷ୍ଠିତ ଜି-୭ ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି। ତୃ୍ତୀୟ ଥର ପ୍ରଧାନମନ୍ତ୍ରୀ ହେବାପରେ ଏହା ମୋଦୀଙ୍କର ପ୍ରଥମ ବିଦେଶ ଗସ୍ତ। ତେବେ ମୋଦୀ ଜି-୭ ସମ୍ମିଳନୀରେ ଯୋଗ ଦେବା ଅବସରରେ ଅନେକ ବିଶ୍ବ ନେତାଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିଛନ୍ତି। ମୋଦୀ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ୟୁକ୍ରେନ ପ୍ରଧାନମନ୍ତ୍ରୀ ବୋଲଡିମିର ଜେଲେନସ୍କିଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି। ମୋଦୀ ମଧ୍ୟ ତାଙ୍କ […]

Samaya Live Picture
Published On

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଟାଲିର ଆପୁଲିଆରେ ଅନୁଷ୍ଠିତ ଜି-୭ ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି। ତୃ୍ତୀୟ ଥର ପ୍ରଧାନମନ୍ତ୍ରୀ ହେବାପରେ ଏହା ମୋଦୀଙ୍କର ପ୍ରଥମ ବିଦେଶ ଗସ୍ତ। ତେବେ ମୋଦୀ ଜି-୭ ସମ୍ମିଳନୀରେ ଯୋଗ ଦେବା ଅବସରରେ ଅନେକ ବିଶ୍ବ ନେତାଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିଛନ୍ତି। ମୋଦୀ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ୟୁକ୍ରେନ ପ୍ରଧାନମନ୍ତ୍ରୀ ବୋଲଡିମିର ଜେଲେନସ୍କିଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି। ମୋଦୀ ମଧ୍ୟ ତାଙ୍କ ଇଟାଲି ପ୍ରତିପକ୍ଷ ଜର୍ଜିଆ ମେଲୋନିଙ୍କ ସହ ଜି-୭ ସମ୍ମିଳନୀ କାର୍ଯ୍ୟସ୍ଥଳରେ ଦ୍ବିପାକ୍ଷିକ କଥାବାର୍ତ୍ତା କରିଛନ୍ତି। ଜି-୭ ସମ୍ମିଳନୀରେ ଇଟାଲି ପ୍ରଧାନମନ୍ତ୍ରୀ ମେଲୋନି ‘ନମସ୍ତେ’ କହି ମୋଦୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ ଏବଂ ମୋଦୀ ପ୍ରତିରକ୍ଷା, ପରମାଣୁ ଏବଂ ମହାକାଶ କ୍ଷେତ୍ରରେ ୨ ରାଷ୍ଟ୍ର ମଧ୍ୟରେ ରଣନୈତିକ ସହଭାଗିତାକୁ ସୁଦୃଢ଼ କରିବାପାଇଁ ଆଲୋଚନା କରିଛନ୍ତି। ଅନ୍ୟପକ୍ଷେ ଜେଲେନସ୍କି ମୋଦୀଙ୍କୁ ରୁଷ୍‌-ୟୁକ୍ରେନ ଯୁଦ୍ଧ ସଂକ୍ରାନ୍ତରେ ଅବଗତ କରାଇଛନ୍ତି। ସୁନକ ଏବଂ ମୋଦୀ କଥାବାର୍ତ୍ତା ସମୟରେ ଭାରତ ଏବଂ ବ୍ରିଟେନ୍‌ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ସୁଦୃଢ଼ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି।

Tags: