ଜି-୨୦ ସ୍ବାସ୍ଥ୍ୟମନ୍ତ୍ରୀ ସମ୍ମିଳନୀରେ ହୁ ମୁଖ୍ୟଙ୍କ ଉଦ୍ବୋଧନ
ନୂଆଦିଲ୍ଳୀ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ମୁଖ୍ୟ ଟେଡ୍ରସ ଆଦନମ ଗତକାଲି ଜି-୨୦ ସ୍ବାସ୍ଥ୍ୟ ମନ୍ତ୍ରୀମାନଙ୍କ ସମ୍ମିଳନୀରେ ଉଦ୍ବୋଧନ ଦେଇ କହିଛନ୍ତି, କରୋନା ଯଦିଓ ଏବେ ଆଉ ବିଶ୍ବ ପାଇଁ ଏକ ଜରୁରୀ ସ୍ବାସ୍ଥ୍ୟ ସମସ୍ୟା ହୋଇନାହିଁ କିନ୍ତୁ ଏହା ଏବେ ବି ଏକ ବୈଶ୍ବିକ ସ୍ବାସ୍ଥ୍ୟ ବିପଦ। ଗାନ୍ଧିନଗରରେ ମହାତ୍ମା ମନ୍ଦିର କନଭେନସନ୍ ସେଣ୍ଟରରେ ଅନୁଷ୍ଠିତ େ ହାଇଥିବା ଜି-୨୦ ସ୍ବାସ୍ଥ୍ୟ ମନ୍ତ୍ରୀମାନଙ୍କ ବୈଠକରେ ଟେଡ୍ରସ୍ ଏହି ଟିପ୍ପଣୀ ଦେଇଛନ୍ତି। ଟେଡ୍ରସ କହିଛନ୍ତି, ହୁ ଏବେ […]
ନୂଆଦିଲ୍ଳୀ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ମୁଖ୍ୟ ଟେଡ୍ରସ ଆଦନମ ଗତକାଲି ଜି-୨୦ ସ୍ବାସ୍ଥ୍ୟ ମନ୍ତ୍ରୀମାନଙ୍କ ସମ୍ମିଳନୀରେ ଉଦ୍ବୋଧନ ଦେଇ କହିଛନ୍ତି, କରୋନା ଯଦିଓ ଏବେ ଆଉ ବିଶ୍ବ ପାଇଁ ଏକ ଜରୁରୀ ସ୍ବାସ୍ଥ୍ୟ ସମସ୍ୟା ହୋଇନାହିଁ କିନ୍ତୁ ଏହା ଏବେ ବି ଏକ ବୈଶ୍ବିକ ସ୍ବାସ୍ଥ୍ୟ ବିପଦ। ଗାନ୍ଧିନଗରରେ ମହାତ୍ମା ମନ୍ଦିର କନଭେନସନ୍ ସେଣ୍ଟରରେ ଅନୁଷ୍ଠିତ େ ହାଇଥିବା ଜି-୨୦ ସ୍ବାସ୍ଥ୍ୟ ମନ୍ତ୍ରୀମାନଙ୍କ ବୈଠକରେ ଟେଡ୍ରସ୍ ଏହି ଟିପ୍ପଣୀ ଦେଇଛନ୍ତି। ଟେଡ୍ରସ କହିଛନ୍ତି, ହୁ ଏବେ ବିଏ.୨.୮୬ ପ୍ରଜାତିକୁ ଯାଞ୍ଚ କରୁଛି। ତେବେ ସମସ୍ତ ରାଷ୍ଟ୍ର କରୋନାକୁ ନେଇ ସତର୍କ ରହିବା ଉଚିତ। ଏହି ପ୍ରଜାତି ବାରମ୍ବାର ରୂପାନ୍ତରଣ ହେଉଛି। ଟେଡ୍ରସ କହିଛନ୍ତି, କରୋନା ଆମକୁ ଏକ ଗୁରୁତ୍ବପୂର୍ଣ୍ଣ ଶିକ୍ଷା ଦେଇଛି ଯେ ଯେତେବେଳେ ସ୍ବାସ୍ଥ୍ୟକୁ ନେଇ ବିପଦ ଆସୁଛି ସେତେବେଳେ ସର୍ବାଧିକ ସତର୍କତା ପାଇଁ ବିଶ୍ବ ପ୍ରସ୍ତୁତ ହୋଇଯାଉଛି । ଉଲ୍ଲେଖଯୋଗ୍ୟ, ଟେଡ୍ରସ ଏବେ ୩ ଦିନିଆ ଭାରତ ଗସ୍ତରେ ଅଛନ୍ତି। ବୁଧବାର ଦିନ ସେ ଭାରତରେ ପହଞ୍ଚିଥିଲେ। ଗୁରୁବାର ସେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏକ ସମ୍ମିଳନୀରେ ଯୋଗ ଦେଇଥିଲେ ଏବଂ ଗତକାଲି ଜି-୨୦ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକରେ ଯୋଗ ଦେଇଛନ୍ତି।




