ଜି-୨୦ ସମ୍ମିଳନୀରେ ଯୋଗଦେବେନି ଜିନପିଙ୍ଗ, ସ୍ପଷ୍ଟ କଲା ଚୀନ୍

ନୂଆଦିଲ୍ଲୀ:ଆସନ୍ତା ସପ୍ତାହରେ ଦିଲ୍ଲୀରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ଯୋଗ‌ ଦେବେନି। ପୂର୍ବରୁ ଏନେଇ ସୂଚନା ମିଳିଥିଲେ ମଧ୍ୟ ଆଜି ସରକାରୀ ଭାବେ ଚୀନ୍‌ ଏହା‌ ସ୍ପଷ୍ଟ କରିଛି। ପ୍ରଧାନମନ୍ତ୍ରୀ ଲି କିଆଙ୍ଗଙ୍କ ନେତୃତ୍ବରେ ଚୀନ୍‌ ପ୍ରତିନିଧିଦଳ ଜି-୨୦ ବୈଠକରେ ଯୋଗ ଦେବେ। ଉଲ୍ଲେଖଯୋଗ୍ୟ, ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପରେ ଜିନପିଙ୍ଗ ଦ୍ବିତୀୟ ହାଇ ପ୍ରୋଫାଇଲ୍‌ ନେତାଭାବେ ଜି-୨୦ ବୈଠକରେ ଯୋଗ ଦେବେନି। ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ଦିଲ୍ଲୀ‌ରେ […]

Samaya Live Picture
Published On

ନୂଆଦିଲ୍ଲୀ:ଆସନ୍ତା ସପ୍ତାହରେ ଦିଲ୍ଲୀରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ଯୋଗ‌ ଦେବେନି। ପୂର୍ବରୁ ଏନେଇ ସୂଚନା ମିଳିଥିଲେ ମଧ୍ୟ ଆଜି ସରକାରୀ ଭାବେ ଚୀନ୍‌ ଏହା‌ ସ୍ପଷ୍ଟ କରିଛି। ପ୍ରଧାନମନ୍ତ୍ରୀ ଲି କିଆଙ୍ଗଙ୍କ ନେତୃତ୍ବରେ ଚୀନ୍‌ ପ୍ରତିନିଧିଦଳ ଜି-୨୦ ବୈଠକରେ ଯୋଗ ଦେବେ। ଉଲ୍ଲେଖଯୋଗ୍ୟ, ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପରେ ଜିନପିଙ୍ଗ ଦ୍ବିତୀୟ ହାଇ ପ୍ରୋଫାଇଲ୍‌ ନେତାଭାବେ ଜି-୨୦ ବୈଠକରେ ଯୋଗ ଦେବେନି। ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ଦିଲ୍ଲୀ‌ରେ ଜି-୨୦ ସମ୍ମିଳନୀ ଆରମ୍ଭ ହେବ। ୯-୧୦ ୨ ଦିନ ଜି-୨୦ ସମ୍ମିଳନୀ ହେବ। ଏଥିପାଇଁ ଦିଲ୍ଲୀରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବିଶ୍ବ ନେତାମାନେ ସେପ୍ଟେମ୍ବର ୭ ତାରିଖରୁ ଦିଲ୍ଲୀ ପହଞ୍ଚିବା ଆରମ୍ଭ କରିବେ।

Tags: