ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗରେ ଥିବା ଦେଶର ନେମପ୍ଲେଟ୍ରେ ‘ ଭାରତ’
ନୂଆଦିଲ୍ଲୀ : ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗରେ ରଖାଯାଇଥିବା ଦେଶର ନେମପ୍ଲେଟ୍ରେ ‘ଭାରତ’ ଲେଖାଅଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜି-୨୦ ଡିନର ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ୍ ଅଫ୍ ଭାରତ’ ଲେଖାକୁ ନେଇ ବିବାଦ ହୋଇଥିବାବେଳେ ଏଭଳି ସମୟରେ ଏହି ନେମପ୍ଲେଟ୍ ପୁଣି ଏକ ବଡ଼ ବାର୍ତ୍ତା ପ୍ରଦାନ କରୁଛି। ଏହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି। ବିଦେଶ ପ୍ରତିନିଧିଙ୍କ ପାଇଁ ଜି-୨୦ ବୁକଲେଟ୍ରେ ବି ‘ଭାରତ’ ଲେଖାଅଛି। […]
ନୂଆଦିଲ୍ଲୀ : ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗରେ ରଖାଯାଇଥିବା ଦେଶର ନେମପ୍ଲେଟ୍ରେ ‘ଭାରତ’ ଲେଖାଅଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜି-୨୦ ଡିନର ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ୍ ଅଫ୍ ଭାରତ’ ଲେଖାକୁ ନେଇ ବିବାଦ ହୋଇଥିବାବେଳେ ଏଭଳି ସମୟରେ ଏହି ନେମପ୍ଲେଟ୍ ପୁଣି ଏକ ବଡ଼ ବାର୍ତ୍ତା ପ୍ରଦାନ କରୁଛି। ଏହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି। ବିଦେଶ ପ୍ରତିନିଧିଙ୍କ ପାଇଁ ଜି-୨୦ ବୁକଲେଟ୍ରେ ବି ‘ଭାରତ’ ଲେଖାଅଛି। ବୁକଲେଟର ଟାଇଟଲ ରହିଛି – ‘ଭାରତ, ଦି ମଦର ଅଫ୍ ଡିମୋକ୍ରାସି’। ଭାରତର ଜି-୨୦ ଅଧ୍ୟକ୍ଷତା ବିରୋଧୀମାନେ ଉକ୍ତ ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି। ଇଣ୍ଡିଆ ମେଣ୍ଟର ସଦସ୍ୟମାନେ ଅଭିଯୋଗ କରିଛନ୍ତି ଯେ ନରେନ୍ଦ୍ର ମୋଦୀ ସରକାର ଇତିହାସକୁ ବିକୃତ କରୁଛନ୍ତି ଏବଂ ଭାରତକୁ ବିଭାଜନ କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଆଜି ଜି-୨୦ରେ ଉଦ୍ବୋଧନ ଦେବା ପୂର୍ବରୁ ମୋଦୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସମେତ ଅନେକ ବିଶ୍ବ ନେତାଙ୍କୁ ସ୍ବାଗତ କରିଥିଲେ।




