ଜି-୨୦ ସମ୍ମିଳନୀରେ ଆମେ ସମସ୍ତ ପକ୍ଷଙ୍କ ସହ କାମ କରିବାକୁ ପ୍ରସ୍ତୁତ : ଚୀନ୍‌

ବେଜିଂ : ଜି-୨୦ ସମ୍ମିଳନୀରେ ଚୀନ୍‌ ସମସ୍ତ ପକ୍ଷଙ୍କ ସହ କାମ କରିବାକୁ ରାଜି ଅଛି ବୋଲି କହିଛି। ଭାରତ ଅଧ୍ୟକ୍ଷତାରେ ଜି-୨୦ ସମ୍ମିଳନୀରୁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ସଫଳ ଏବଂ ସକରାତ୍ମକ ଦିଗ ବାହାରିବା ନେଇ ଚୀନ୍‌ ଆଶା କରୁଛି। ଚୀନ୍‌ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ମାଓ ନିଙ୍ଗ ଆଜି ଏହି ଟିପ୍ପଣୀ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବିଭିନ୍ନ ପ୍ରସଙ୍ଗରେ ରାଜିନାମା ପାଇଁ ଚୀନ୍‌ ବିଳମ୍ବ କରୁଛି ବୋଲି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଦାବି […]

Samaya Live Picture
Published On

ବେଜିଂ : ଜି-୨୦ ସମ୍ମିଳନୀରେ ଚୀନ୍‌ ସମସ୍ତ ପକ୍ଷଙ୍କ ସହ କାମ କରିବାକୁ ରାଜି ଅଛି ବୋଲି କହିଛି। ଭାରତ ଅଧ୍ୟକ୍ଷତାରେ ଜି-୨୦ ସମ୍ମିଳନୀରୁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ସଫଳ ଏବଂ ସକରାତ୍ମକ ଦିଗ ବାହାରିବା ନେଇ ଚୀନ୍‌ ଆଶା କରୁଛି। ଚୀନ୍‌ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ମାଓ ନିଙ୍ଗ ଆଜି ଏହି ଟିପ୍ପଣୀ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବିଭିନ୍ନ ପ୍ରସଙ୍ଗରେ ରାଜିନାମା ପାଇଁ ଚୀନ୍‌ ବିଳମ୍ବ କରୁଛି ବୋଲି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଦାବି କରିବାପରେ ମାଓ ନିଙ୍ଗ ଆଜି ଏହି ଟିପ୍ପଣୀ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଜି-୨୦ର ବାର୍ଷିକ ସମ୍ମିଳନୀ‌ରେ ଜି-୨୦ ରାଷ୍ଟ୍ରନେତାମାନେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବୈଶ୍ବିକ ପ୍ରସଙ୍ଗରେ ଆଲୋଚନା ହେବ। ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ମଧ୍ୟ ସମ୍ମିଳନୀରେ ଆଲୋଚନା ହୋଇପାରେ।

Tags: