ଜି-୨୦ ବୈଠକ ପାଇଁ ସମସ୍ତ ପ୍ରସ୍ତୁତି ଶେଷ: ଦିଲ୍ଲୀ ସରକାର

ନୂଆଦିଲ୍ଲୀ : ଜି-୨୦ ସମ୍ମିଳନୀ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ଏବଂ ବିଦେଶ ପ୍ରତିିନିଧିଙ୍କୁ ସ୍ବାଗତ କରିବାପାଇଁ ଦିଲ୍ଲୀ ପ୍ରସ୍ତୁତ ‌ବୋଲି ଆଜି ଦିଲ୍ଲୀ ସରକାର କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀ କରି କ୍ୟାବିନେଟ୍‌ ମନ୍ତ୍ରୀ ଅତିଶୀ ଏବଂ ସୌରଭ ଭରଦ୍ବାଜ ଦିଲ୍ଲୀ ସରକାରଙ୍କ ଦ୍ବାରା ଜି-୨୦ ବୈଠକ ପାଇଁ ହୋଇଥିବା ବିସ୍ତୃତ ପ୍ରସ୍ତୁତି ସଂକ୍ରାନ୍ତରେ ଅବଗତ କରିଛନ୍ତି। ଅତିଶୀ କହିଛନ୍ତି, ଆମ ରାଷ୍ଟ୍ର ଜି-୨୦ ସମ୍ମିଳନୀ ଆୟୋଜନ କରିବା ଏକ ଗୌରବର ବିଷୟ। ଜି-୨୦ […]

Samaya Live Picture
Published On

ନୂଆଦିଲ୍ଲୀ : ଜି-୨୦ ସମ୍ମିଳନୀ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ଏବଂ ବିଦେଶ ପ୍ରତିିନିଧିଙ୍କୁ ସ୍ବାଗତ କରିବାପାଇଁ ଦିଲ୍ଲୀ ପ୍ରସ୍ତୁତ ‌ବୋଲି ଆଜି ଦିଲ୍ଲୀ ସରକାର କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀ କରି କ୍ୟାବିନେଟ୍‌ ମନ୍ତ୍ରୀ ଅତିଶୀ ଏବଂ ସୌରଭ ଭରଦ୍ବାଜ ଦିଲ୍ଲୀ ସରକାରଙ୍କ ଦ୍ବାରା ଜି-୨୦ ବୈଠକ ପାଇଁ ହୋଇଥିବା ବିସ୍ତୃତ ପ୍ରସ୍ତୁତି ସଂକ୍ରାନ୍ତରେ ଅବଗତ କରିଛନ୍ତି। ଅତିଶୀ କହିଛନ୍ତି, ଆମ ରାଷ୍ଟ୍ର ଜି-୨୦ ସମ୍ମିଳନୀ ଆୟୋଜନ କରିବା ଏକ ଗୌରବର ବିଷୟ। ଜି-୨୦ ବୈଠକ ପାଇଁ ପ୍ରଗତି ମଇଦାନରେ ଏକ ବିଶାଳ ସମ୍ମିଳନୀ କେନ୍ଦ୍ର ପାଇଁ କେନ୍ଦ୍ର ସରକାରଙ୍କୁ ମୋର ଶୁଭେଚ୍ଛା। ଜି-୨୦ ପାଇଁ ୧୦ଟି ରାସ୍ତା ନବୀକରଣ କରାଯାଇଛି ଏବଂ ସହର ସୌନ୍ଦର୍ଯ୍ୟକରଣ କାମ ହୋଇଛି। ଭରଦ୍ବାଜ ମଧ୍ୟ ସମାନ କଥା କହିଛନ୍ତି। ତେବେ ଟ୍ରାଫିକ୍‌ ସମସ୍ୟା ସଂକ୍ରାନ୍ତରେ ଭରଦ୍ବାଜ କହିଛନ୍ତି, ଉକ୍ତ ପ୍ରସଙ୍ଗରେ ଏଲ୍‌ଜି ଆହୁରି ଭଲ ଯୋଜନା କରିବା ଉଚିତ ଥିଲା।

Tags: