ଜି-୨୦ ବୈଠକ ପାଇଁ ପ୍ରଗତି ମଇଦାନ ମେଟ୍ରୋ ଷ୍ଟେସନ୍‌ ବନ୍ଦ ରହିବ

ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ଆରମ୍ଭ ହେବାକୁ ଯାଉଥିବା ଜି-୨୦ ସମ୍ମିଳନୀ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀର ବିଭିନ୍ନ ରେଳ ଷ୍ଟେସନ୍‌ ଗୁଡ଼ିକୁ ବନ୍ଦ ରଖିବାପାଇଁ ନି‌ଷ୍ପତ୍ତି ନିଆଯାଇଛି। ସେପ୍ଟେମ୍ବର ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ସୁପ୍ରିମକୋର୍ଟ ମେଟ୍ରୋ ଷ୍ଟେସନ୍‌ (ପୂର୍ବର ପ୍ରଗତ ମଇଦାନ ମେଟ୍ରୋ ଷ୍ଟେସନ୍‌) ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ। ଦିଲ୍ଲୀ ମେଟ୍ରୋ ପକ୍ଷରୁ ଏନେଇ ଏକ ବିବୃତି ଜାରି ହୋଇଛି। ଏହି ସମାନ […]

Samaya Live Picture
Published On

ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ଆରମ୍ଭ ହେବାକୁ ଯାଉଥିବା ଜି-୨୦ ସମ୍ମିଳନୀ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀର ବିଭିନ୍ନ ରେଳ ଷ୍ଟେସନ୍‌ ଗୁଡ଼ିକୁ ବନ୍ଦ ରଖିବାପାଇଁ ନି‌ଷ୍ପତ୍ତି ନିଆଯାଇଛି। ସେପ୍ଟେମ୍ବର ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ସୁପ୍ରିମକୋର୍ଟ ମେଟ୍ରୋ ଷ୍ଟେସନ୍‌ (ପୂର୍ବର ପ୍ରଗତ ମଇଦାନ ମେଟ୍ରୋ ଷ୍ଟେସନ୍‌) ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ। ଦିଲ୍ଲୀ ମେଟ୍ରୋ ପକ୍ଷରୁ ଏନେଇ ଏକ ବିବୃତି ଜାରି ହୋଇଛି। ଏହି ସମାନ ସମୟରେ ଦିଲ୍ଲୀର ୪୯ ମେଟ୍ରୋ ଷ୍ଟେସନ୍‌ ଗେଟ୍‌ ମଧ୍ୟ ବନ୍ଦ ରହିବ। ୩୯ ଟି ସମ୍ବେଦନଶୀଳ ଷ୍ଟେସନ୍‌ରେ ଅସ୍ଥାୟୀ ଭାବେ ପ୍ରବେଶ ଏବଂ ପ୍ରସ୍ଥାନ ଉପରେ ରୋକ୍‌ ଲାଗିବ। ଜି-୨୦ ସମ୍ମିଳନୀ ପାଇଁ ବିଦେଶ ରାଷ୍ଟ୍ରର ନେତାମାନେ ଭାରତ ଗସ୍ତ କରୁଥିବାରୁ ଏଥିପାଇଁ ଦିଲ୍ଲୀରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଯୁଦ୍ଧ ଜାହାଜ ମୁତୟନ ସହ ଆଣ୍ଟି ଡ୍ରୋନ୍‌ ସିଷ୍ଟମ୍‌ ମୁତୟନ କରାଯାଇଛି।

Tags: