ଜି-୨୦ ବୈଠକ ପାଇଁ ଦିଲ୍ଲୀ ବାୟୁସୀମାକୁ ସୁରକ୍ଷା ଦେବେ ରାଫେଲ, ମିରେଜ୍, ସୁଖୋଇ
ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଆରମ୍ଭ ହେବାକୁ ଯାଉଛି ଜି-୨୦ ସମ୍ମିଳନୀ। ଭାରତ ଅଧ୍ୟକ୍ଷତାରେ ଆୟୋଜିତ ହେବାକୁ ଯାଉଥିବା ଚଳିତ ବର୍ଷର ଜି-୨୦ ସମ୍ମିଳନୀରେ ପ୍ରମୁଖ ବିଶ୍ବ ନେତାମାନେ ଯୋଗଦେବେ। ଏଥିପାଇଁ ସ୍ବତନ୍ତ୍ର ପ୍ରସ୍ତୁତି ଚାଲିଛି। ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷା ପାଇଁ ୧ ଲକ୍ଷ ୩୦ ହଜାର ସୁରକ୍ଷାକର୍ମୀ ମୁତୟନ ହେବେ। ଏଥିପାଇଁ ସେପ୍ଟେମ୍ବର ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ ଏବଂ ସରକାରୀ ଅଫିସ ବନ୍ଦ ଘୋଷଣା କରାଯାଇଛି। ଦିଲ୍ଲୀରେ ସମସ୍ତ […]
ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଆରମ୍ଭ ହେବାକୁ ଯାଉଛି ଜି-୨୦ ସମ୍ମିଳନୀ। ଭାରତ ଅଧ୍ୟକ୍ଷତାରେ ଆୟୋଜିତ ହେବାକୁ ଯାଉଥିବା ଚଳିତ ବର୍ଷର ଜି-୨୦ ସମ୍ମିଳନୀରେ ପ୍ରମୁଖ ବିଶ୍ବ ନେତାମାନେ ଯୋଗଦେବେ। ଏଥିପାଇଁ ସ୍ବତନ୍ତ୍ର ପ୍ରସ୍ତୁତି ଚାଲିଛି। ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷା ପାଇଁ ୧ ଲକ୍ଷ ୩୦ ହଜାର ସୁରକ୍ଷାକର୍ମୀ ମୁତୟନ ହେବେ। ଏଥିପାଇଁ ସେପ୍ଟେମ୍ବର ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ ଏବଂ ସରକାରୀ ଅଫିସ ବନ୍ଦ ଘୋଷଣା କରାଯାଇଛି। ଦିଲ୍ଲୀରେ ସମସ୍ତ ଆର୍ଥିକ ଅନୁଷ୍ଠାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ମଧ୍ୟ ବନ୍ଦ ଘୋଷଣା କରାଯାଇଛି। ପ୍ରମୁଖ ହୋଟେଲଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ। କାର୍ଯ୍ୟସ୍ଥଳରେ ସିକ୍ୟୁରିଟି କଣ୍ଟ୍ରୋଲ ରୁମ୍ ସ୍ଥାପନ କରାଯିବ। ସମସ୍ତ ବର୍ଡର ସିଲ୍ କରାଯିବ। ସରକାର ବିଶ୍ବ ନେତାମାନଙ୍କୁ ନେବା ଆଣିବା କରିବାପାଇଁ ୧୮ କୋଟି ଟଙ୍କା ବିନିମୟରେ ୨୦ଟି ବୁଲେଟ ପ୍ରୁଫ୍ ଲିମୋସିନ୍ ଲିଜ୍ରେ ନେଇଛନ୍ତି।
ଭାରତୀୟ ବାୟୁସେନା ଦିଲ୍ଲୀ ବାୟୁସୀମାକୁ ସୁରକ୍ଷା ଦେବାପାଇଁ ଯୁଦ୍ଧ ବିମାନ, ରାଡାର, ଆଣ୍ଟି ଡ୍ରୋନ୍ ସିଷ୍ଟମ ମୁତୟନ କରିଛି। ରାଫେଲ, ମିରେଜ୍-୨୦୦୦ ଏବଂ ସୁଖୋଇ ୩୦ ଏମ୍କେଆଇ ଭଳି ଯୁଦ୍ଧ ବିମାନ ଦିଲ୍ଲୀ ଆକାଶକୁ ସୁରକ୍ଷା ଦେବେ। ବିଭିନ୍ନ ମିସାଇଲ ମଧ୍ୟ ମୁତୟନ କରାଯାଇଛି। ସେହିପରି ଭାରତୀୟ ବାୟୁସେନା ପଂଜାବ, ହିମାଚଳପ୍ରଦେଶ, ରାଜସ୍ଥାନ ଏବଂ ଜମ୍ମୁ କାଶ୍ମୀରରେ ସମସ୍ତ ବାୟୁସୀମା ଘାଟିକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛି।




