ଜି-୨୦ ବୈଠକ ପାଇଁ ଦିଲ୍ଲୀରେ ସୁରକ୍ଷା କଡ଼ାକଡ଼ି , ବାଇଡେନ୍ ଓ ଟିମ୍ ପାଇଁ ୪୦୦ ରୁମ୍ ବୁକ୍
ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୯ ଓ ୧୦ ତାରିଖରେ ଦିଲ୍ଲୀରେ ଜି-୨୦ ସମ୍ମିଳନୀ ହେବ। ଜି-୨୦ ସଦସ୍ୟ ରାଷ୍ଟ୍ରର ଶୀର୍ଷ ନେତାଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଯୋଗଦେବେ। ଏଥିପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଗୃହ ବ୍ୟାପାର ମନ୍ତ୍ରାଳୟ ଦ୍ବାରା ସୁରକ୍ଷା ସଂପର୍କରେ ଘନ ଘନ ବୈଠକ ହେଉଛି। ସେପ୍ଟେମ୍ବର ୯ ତାରିଖରେ ସମ୍ମିଳନୀ ଆରମ୍ଭ ହେଲେ ସୁଦ୍ଧା ଏହାର ୩ ଦିନ ପୂର୍ବରୁ ଅତିଥି ମାନେ ଆସି ପହଞ୍ଚିବେ। ଜି-୨୦ ଅତିଥି […]
ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୯ ଓ ୧୦ ତାରିଖରେ ଦିଲ୍ଲୀରେ ଜି-୨୦ ସମ୍ମିଳନୀ ହେବ। ଜି-୨୦ ସଦସ୍ୟ ରାଷ୍ଟ୍ରର ଶୀର୍ଷ ନେତାଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଯୋଗଦେବେ। ଏଥିପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଗୃହ ବ୍ୟାପାର ମନ୍ତ୍ରାଳୟ ଦ୍ବାରା ସୁରକ୍ଷା ସଂପର୍କରେ ଘନ ଘନ ବୈଠକ ହେଉଛି। ସେପ୍ଟେମ୍ବର ୯ ତାରିଖରେ ସମ୍ମିଳନୀ ଆରମ୍ଭ ହେଲେ ସୁଦ୍ଧା ଏହାର ୩ ଦିନ ପୂର୍ବରୁ ଅତିଥି ମାନେ ଆସି ପହଞ୍ଚିବେ। ଜି-୨୦ ଅତିଥି ରହିବାକୁ ଥିବା ସମସ୍ତ ହୋଟେଲ୍ରେ ଏଚ୍ଆଇଟି ( ହାଉସ ଇଣ୍ଟରଭେନସନ୍ ଟିମ୍ସ) ସ୍କ୍ବାଡ୍ ମୁତୟନ ହେବେ। ସମ୍ମିଳନୀ ସମୟରେ କୌଣସି ପ୍ରକାରର ପଣବନ୍ଦୀ ସଙ୍କଟକୁ ଏଡ଼ାଇବାପାଇଁ ଏଚ୍ଆଇଟି ସ୍କ୍ବାଡ୍ ମୁତୟନ ହେବେ। ଅତି ଜଟିଳ ସ୍ଥିତିରେ ସେମାନେ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ପଣବନ୍ଦୀ ସମସ୍ୟା ସୃଷ୍ଟି କରିଥିବା ଆତଙ୍କବାଦୀଙ୍କୁ ହତ୍ୟା କରିବେ। ସମ୍ମିଳନୀ ସମୟରେ ଦିଲ୍ଲୀ-ଏନ୍ସିଆରର ୩୦ରୁ ଅଧିକ ହୋଟେଲ୍ରେ ଜି-୨୦ ପ୍ରତିନିଧିମାନେ ରହିବେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଆଇଟିସି ମୌର୍ଯ୍ୟ ଶେରାଟନ୍ରେ ରହିବେ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ତାଜ୍ ପ୍ୟାଲେସରେ ରହିବେ। ଦିଲ୍ଲୀରେ ମୋଟ୍ ୨୩ଟି ଏବଂ ଏନ୍ସିଆରରେ ୯ଟି ହୋଟେଲ ବୁକ୍ ହୋଇଛି। ‘ ଆମେରିକାନ ସିକ୍ରେଟ ସର୍ଭିସ’ର କମାଣ୍ଡୋମାନେ ଆଇଟିସି ମୌର୍ଯ୍ୟ ହୋଟେଲର ପ୍ରତିଟି ଫ୍ଲୋର୍ରେ ରହିବେ। ଏହି ହୋଟେଲର ୧୪ ମହଲାରେ ରାଷ୍ଟ୍ରପତି ଜୋ ବାଇଡେନ୍ ରହିବେ। ବାଇଡେନଙ୍କ ପାଇଁ ହୋଟେଲରେ ଏକ ସ୍ବତନ୍ତ୍ର ଲିଫ୍ଟ ବ୍ୟବସ୍ଥା କରାଯାଇଛି। ବାଇଡେନ୍ଙ୍କ ଟିମ୍ ପାଇଁ ହୋଟେଲ୍ରେ ପ୍ରାୟ ୪୦୦ ରୁମ୍ ବୁକ୍ ହୋଇଛି। ମିଳିଥିବା ସୂଚନାନୁଯାୟୀ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ସାଙ୍ଗ୍ରି-ଲା ହୋଟେଲ୍ରେ ରହିବେ। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ କ୍ଲାରିଜ ହୋଟେଲ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ ଇମ୍ପେରିଆଲ ହୋଟେଲରେ ରହିବେ। ଇତି ମଧ୍ୟରେ ଆମେରିକା, ବ୍ରିଟେନ୍ ଏବଂ ଚୀନ୍ର ଯୋଗାଯୋଗ ଟିମ୍ ଆଗୁଆ ଆସି ଭାରତରେ ପହଞ୍ଚି ସାରିଛନ୍ତି।
ଦିଲ୍ଲୀର ଓବରୟ ହୋଟେଲରେ ତୁର୍କୀ ପ୍ରତିନିଧି ରହିବେ। ଅନ୍ୟପକ୍ଷେ ମରିସସ୍, ନେଦରଲାଣ୍ଡ, ନାଇଜେରିଆ ଏବଂ ସ୍ପେନର ପ୍ରତିନିଧିମାନେ ଲି ମେରିଡି୍ଆନରେ ରହିବେ। ଚୀନ୍ ଏବଂ ବ୍ରାଜିଲ ପ୍ରତିନିଧି ଦିଲ୍ଲୀର ତାଜ ପ୍ୟାଲେସରେ ରହିବେ।




