ଜି-୨୦ ବୈଠକରେ ଯୋଗ ଦେବେନି ଜିନପିଙ୍ଗ
ନୂଆଦିଲ୍ଲୀ : ଆସନ୍ତା ସପ୍ତାହରେ ଦିଲ୍ଲୀରେ ଆରମ୍ଭ ହେବାକୁ ଯାଉଥିବା ଜି-୨୦ ସମ୍ମିଳନୀରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଯୋଗ ଦେବେନି। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସମ୍ମିଳନୀରେ ଯୋଗ ଦେବେନାହିଁ ବୋଲି ନିଜେ ମୋଦୀଙ୍କୁ ଫୋନ୍ କରି ସ୍ପଷ୍ଟ କରିଥିବାବେଳେ ଏବେ ଜିନପିଙ୍ଗ ବି ବୈଠକରେ ଯୋଗ ଦେବେନାହିଁ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ ଚୀନ୍ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ସମ୍ମିଳନୀରେ ଚୀନକୁ ପ୍ରତିନିଧିତ୍ବ କରିପାରନ୍ତି। ତେବେ ବୈଠକରେ ଜିନପିଙ୍ଗ ଅନୁପସ୍ଥିତ ରହିବାର […]
ନୂଆଦିଲ୍ଲୀ : ଆସନ୍ତା ସପ୍ତାହରେ ଦିଲ୍ଲୀରେ ଆରମ୍ଭ ହେବାକୁ ଯାଉଥିବା ଜି-୨୦ ସମ୍ମିଳନୀରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଯୋଗ ଦେବେନି। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସମ୍ମିଳନୀରେ ଯୋଗ ଦେବେନାହିଁ ବୋଲି ନିଜେ ମୋଦୀଙ୍କୁ ଫୋନ୍ କରି ସ୍ପଷ୍ଟ କରିଥିବାବେଳେ ଏବେ ଜିନପିଙ୍ଗ ବି ବୈଠକରେ ଯୋଗ ଦେବେନାହିଁ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ ଚୀନ୍ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ସମ୍ମିଳନୀରେ ଚୀନକୁ ପ୍ରତିନିଧିତ୍ବ କରିପାରନ୍ତି। ତେବେ ବୈଠକରେ ଜିନପିଙ୍ଗ ଅନୁପସ୍ଥିତ ରହିବାର କାରଣ କ’ଣ ସ୍ପଷ୍ଟ ଜଣାପଡ଼ିନି। ପୁଟିନଙ୍କ ପରେ ଦ୍ବିତୀୟ ହାଇ ପ୍ରୋଫାଇଲ୍ ନେତା ଭାବେ ଜିନପିଙ୍ଗ ବୈଠକରେ ଯୋଗ ଦେବେନାହିଁ। ସମ୍ମିଳନୀରେ ରୁଷ୍ ବିଦେଶ ମନ୍ତ୍ରୀ ସେର୍ଗି ଲାବରୋବ ପୁଟିନଙ୍କୁ ପ୍ରତିନିଧିତ୍ବ କରିବେ। ଉଲ୍ଲେଖଯୋଗ୍ୟ ଯେ ଆସନ୍ତା ସେପ୍ଟେମ୍ବର ୯-୧୦ରେ ଦିଲ୍ଲୀରେ ଜି-୨୦ ସମ୍ମିଳନୀ ହେବ। ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଦିଲ୍ଲୀରେ ସୁରକ୍ଷା କଡ଼ାକଡ଼ି କରାଯାଇଛି।




