ଜି-୨୦ ନେତାଙ୍କ ଆଗମନ ଆରମ୍ଭ , ବିମାନବନ୍ଦରରେ ନାଚିଲେ ଇଟାଲି ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଜି-୨୦ ସମ୍ମିଳନୀ ପାଇଁ ବିଶ୍ବ ନେତାମାନଙ୍କର ଆଗମନ ଆରମ୍ଭ ହୋଇଛି। ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ଆର୍ଜେଣ୍ଟିନା ପ୍ରଧାନମନ୍ତ୍ରୀ ଆଲବର୍ଟୋ ଫର୍ନଡେଜ, ଆଇଏମଏଫ୍ ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଭାଙ୍କ ଭଳି ବିଶ୍ବ ନେତାମାନେ ଆଜି ସକାଳେ ନୂଆଦିଲ୍ଲୀ ପହଞ୍ଚିଛନ୍ତି। ଅତିଥିମାନଙ୍କୁ ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ବାରା ବିମାନବନ୍ଦରରେ ସ୍ବାଗତ କରାଯାଉଛି। ଭାରତ ପହଞ୍ଚିବାପରେ ଇଟାଲି ପ୍ରଧାନମନ୍ତ୍ରୀ ମେଲୋନି ବିମାନବନ୍ଦରରେ ନାଚିଥିବା ଦେଖିବାକୁ ମିଳିଛି। ଜି-୨୦ ସଦସ୍ୟ ରାଷ୍ଟ୍ରମାନେ ବୈଶ୍ବିକ ଜିଡିପିର ପ୍ରାୟ ୮୫ ପ୍ରତିଶତକୁ ପ୍ରତିନିଧିତ୍ବ କରୁଛନ୍ତି। […]
ନୂଆଦିଲ୍ଲୀ : ଜି-୨୦ ସମ୍ମିଳନୀ ପାଇଁ ବିଶ୍ବ ନେତାମାନଙ୍କର ଆଗମନ ଆରମ୍ଭ ହୋଇଛି। ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ଆର୍ଜେଣ୍ଟିନା ପ୍ରଧାନମନ୍ତ୍ରୀ ଆଲବର୍ଟୋ ଫର୍ନଡେଜ, ଆଇଏମଏଫ୍ ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଭାଙ୍କ ଭଳି ବିଶ୍ବ ନେତାମାନେ ଆଜି ସକାଳେ ନୂଆଦିଲ୍ଲୀ ପହଞ୍ଚିଛନ୍ତି। ଅତିଥିମାନଙ୍କୁ ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ବାରା ବିମାନବନ୍ଦରରେ ସ୍ବାଗତ କରାଯାଉଛି। ଭାରତ ପହଞ୍ଚିବାପରେ ଇଟାଲି ପ୍ରଧାନମନ୍ତ୍ରୀ ମେଲୋନି ବିମାନବନ୍ଦରରେ ନାଚିଥିବା ଦେଖିବାକୁ ମିଳିଛି। ଜି-୨୦ ସଦସ୍ୟ ରାଷ୍ଟ୍ରମାନେ ବୈଶ୍ବିକ ଜିଡିପିର ପ୍ରାୟ ୮୫ ପ୍ରତିଶତକୁ ପ୍ରତିନିଧିତ୍ବ କରୁଛନ୍ତି। ଜି-୨୦ ରାଷ୍ଟ୍ରମାନେ ହେଉଛନ୍ତି ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡ଼ା, ଚୀନ୍, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଣ୍ଡୋନେସିଆ, ଇଟାଲି, ଜାପାନ, ରିପବ୍ଲିକ ଅଫ୍ କୋରିଆ, ମେକ୍ସିକୋ, ରୁଷ୍, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ତୁର୍କୀ, ବ୍ରିଟେନ, ଆମେରିକା ଏବଂ ୟୁରୋପୀୟ ରାଷ୍ଟ୍ରସଂଘ ।




