ଜି-୨୦ ନୂଆଦିଲ୍ଲୀ ଘୋଷଣାନାମା ପାଇଁ ଅମିତାଭ କାନ୍ତଙ୍କୁ ସହଯୋଗ କରିଥିବା ୨ ଅଫିସର

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଘୋଷଣାନାମାରେ ସମସ୍ତଙ୍କର ସହମତି ପାଇବା ଏତେ ସହଜ ନଥିଲା। ଏଥିପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିଛି। ଭାରତର ଜି-୨୦ ସେର୍ପା ଅମିତାଭ କାନ୍ତ କହିଛନ୍ତି, ଜି-୨୦ ଘୋଷଣାନାମାରେ ଏକ ସହମତିରେ ପହଞ୍ଚିବାପାଇଁ ଭାରତୀୟ କୂଟନୀତିଜ୍ଞ ଟିମ୍‌ ଲଗାତାର ୨୦୦ ଘଣ୍ଟାରେ ୩୦୦ଟି ଦ୍ବିପାକ୍ଷିକ ବୈଠକ କରିଛନ୍ତି। ଯୁଗ୍ମ ସଚିବ ଏନାମ ଗମ୍ଭୀର ଏବଂ ନାଗରାଜ ନାଇଡୁ କକନୁରଙ୍କ ସମେତ ଏହି କୂଟନୀତିଜ୍ଞ ଟିମ୍‌ ୩୦୦ ଦ୍ବିପାକ୍ଷିକ ବୈଠକ କରିଛନ୍ତି ଏବଂ ସେମାନଙ୍କ ପ୍ରତିପକ୍ଷଙ୍କ ସହ […]

Samaya Live Picture
Published On

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଘୋଷଣାନାମାରେ ସମସ୍ତଙ୍କର ସହମତି ପାଇବା ଏତେ ସହଜ ନଥିଲା। ଏଥିପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିଛି। ଭାରତର ଜି-୨୦ ସେର୍ପା ଅମିତାଭ କାନ୍ତ କହିଛନ୍ତି, ଜି-୨୦ ଘୋଷଣାନାମାରେ ଏକ ସହମତିରେ ପହଞ୍ଚିବାପାଇଁ ଭାରତୀୟ କୂଟନୀତିଜ୍ଞ ଟିମ୍‌ ଲଗାତାର ୨୦୦ ଘଣ୍ଟାରେ ୩୦୦ଟି ଦ୍ବିପାକ୍ଷିକ ବୈଠକ କରିଛନ୍ତି। ଯୁଗ୍ମ ସଚିବ ଏନାମ ଗମ୍ଭୀର ଏବଂ ନାଗରାଜ ନାଇଡୁ କକନୁରଙ୍କ ସମେତ ଏହି କୂଟନୀତିଜ୍ଞ ଟିମ୍‌ ୩୦୦ ଦ୍ବିପାକ୍ଷିକ ବୈଠକ କରିଛନ୍ତି ଏବଂ ସେମାନଙ୍କ ପ୍ରତିପକ୍ଷଙ୍କ ସହ ବିବାଦୀୟ ୟୁକ୍ରେନ ଯୁଦ୍ଧ ସଂକ୍ରାନ୍ତରେ ୧୫ଟି ଚିଠା ବାଣ୍ଟିଛନ୍ତି। କାନ୍ତ କହିଛନ୍ତି, ସମଗ୍ର ଜି-୨୦ରେ ସବୁଠାରୁ ଜଟିଳ ଅଂଶ ଥିଲା ‘ଭୂରାଜନୈତିକ’ ପାରା (ରୁଷ୍‌-ୟୁକ୍ରେନ୍‌) ଯୁଦ୍ଧ ସଂକ୍ରାନ୍ତରେ ସହମତିରେ ପହଞ୍ଚିବା। ଏଥିପାଇଁ କାନ୍ତଙ୍କୁ ଉକ୍ତ ୨ ପ୍ରଭାବଶାଳୀ ଅଫିସର ସହଯୋଗ କରିଥିବା ସେ କହିଛନ୍ତି। କାନ୍ତ ୨ ଅଫିସରଙ୍କ ସହ ଫଟୋ ଏକ୍ସରେ ସେୟାର କରିଛନ୍ତି। ଅଫିସର ଏନାମ ଗମ୍ଭୀର ଏବେ ବିଦେଶ ବ୍ୟାପାର ମନ୍ତ୍ରାଳୟ ଏବଂ ଜି-୨୦ର ଯୁଗ୍ମ ସଚିବ । ନାଗରାଜ ନାଇଡ଼ୁ କକନୁର ମଧ୍ୟ ଜଣେ ଯୁଗ୍ମ ସଚିବ। ସେ ଟିମ୍‌ରେ ଚୀନ୍‌ ବକ୍ତା। ୟୁକ୍ରେନ ବିବାଦ ପାରାଗ୍ରାଫ୍‌ରେ ସହମତିରେ ପହଞ୍ଚିବାରେ ଅତି ପ୍ରମୁଖ ଭୂମିକା ନିର୍ବାହ କରିଥିଲେ

Tags: