ଜି-୨୦ ନିମନ୍ତ୍ରଣରେ ‘ପ୍ରେସିଡେଣ୍ଟ୍ ଅଫ୍ ଭାରତ’ ଲେଖାକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ଜୟରାମ ରମେଶ
ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଆଜି କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଜି-୨୦ ବୈଠକ ପାଇଁ ଆସୁଥିବା ବିଶ୍ବ ନେତାମାନଙ୍କ ପାଇଁ ରାଷ୍ଟ୍ରପତି ଭବନରେ ଏକ ନୈଶ ଭୋଜନର ଆୟୋଜନ କରାଯାଇଛି। ଏଥିପାଇଁ ନିମନ୍ତ୍ରଣ ପତ୍ର ପ୍ରସ୍ତୁତ ହୋଇସାରିଛି। ରାଷ୍ଟ୍ରପତି ଭବନ ପକ୍ଷରୁ ସେପ୍ଟେମ୍ବର ୯ ତାରିଖରେ ଜି-୨୦ ଡିନର ପାଇଁ ନିମନ୍ତ୍ରଣ ପତ୍ର ପଠାଯାଇଛି। ତେବେ ଏହି ନିମନ୍ତ୍ରଣ ପତ୍ର ‘ପ୍ରେସିଡେଣ୍ଟ୍ ଅଫ୍ ଇଣ୍ଡିଆ’ ନାଁ ବଦଳରେ ‘ପ୍ରେସିଡେଣ୍ଟ୍ ଅଫ୍ […]
ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଆଜି କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଜି-୨୦ ବୈଠକ ପାଇଁ ଆସୁଥିବା ବିଶ୍ବ ନେତାମାନଙ୍କ ପାଇଁ ରାଷ୍ଟ୍ରପତି ଭବନରେ ଏକ ନୈଶ ଭୋଜନର ଆୟୋଜନ କରାଯାଇଛି। ଏଥିପାଇଁ ନିମନ୍ତ୍ରଣ ପତ୍ର ପ୍ରସ୍ତୁତ ହୋଇସାରିଛି। ରାଷ୍ଟ୍ରପତି ଭବନ ପକ୍ଷରୁ ସେପ୍ଟେମ୍ବର ୯ ତାରିଖରେ ଜି-୨୦ ଡିନର ପାଇଁ ନିମନ୍ତ୍ରଣ ପତ୍ର ପଠାଯାଇଛି। ତେବେ ଏହି ନିମନ୍ତ୍ରଣ ପତ୍ର ‘ପ୍ରେସିଡେଣ୍ଟ୍ ଅଫ୍ ଇଣ୍ଡିଆ’ ନାଁ ବଦଳରେ ‘ପ୍ରେସିଡେଣ୍ଟ୍ ଅଫ୍ ଭାରତ’ ନାଁରେ ଦିଆଯାଇଛି ବୋଲି ଜୟରାମ ରମେଶ ଦାବି କରିଛନ୍ତି। ରମେଶ କହିଛନ୍ତି, ଜିୖ-୨୦ ନିମନ୍ତ୍ରଣରେ ‘ପ୍ରେସିଡେଣ୍ଟ୍ ଅଫ୍ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ୍ ଅଫ ଭାରତ’ ଲେଖାଯାଇଛି। ଉକ୍ତ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷି ଜୟରାମ ରମେଶ କହିଛନ୍ତି, ବର୍ତ୍ତମାନ ସମ୍ବିଧାନର ଧାରା ୧ ପଢ଼ିବ : ‘ଭାରତ , ଦାଟ ୱାଜ୍ ଇଣ୍ଡିୖଆ, ସାଲ୍ ବି ଏ ୟୁନିଅନ ଅଫ୍ ଷ୍ଟେଟ୍ସ’। କିନ୍ତୁ ବର୍ତ୍ତମାନ ଏହି ‘ୟୁନିଅନ ଅଫ୍ ଷ୍ଟେଟ୍ସ’ ମଧ୍ୟ ଆକ୍ରମଣର ଶିକାର ହୋଇଛି।




